ବିବାହ ପରେ ଘର ଏବଂ ପରିବାରର ଦାୟିତ୍ବ ଆସିଯିବାରୁ ନିଜର କ୍ୟାରିୟର ବିଷୟରେ ଭାବିବା ଏକ ବଡ ଟାସ୍କ ହୋଇଥାଏ। କିନ୍ତୁ କଣ କେବେ ଭାବିଛନ୍ତି ଏହି ଦାୟିତ୍ବ ସହିତ ଆପଣ ନିଜର କ୍ୟାରିୟରକୁ ଏକ ନୂଆ ରୂପରେ ଗଢ଼ି ପାରିବେ। ଆଜିର ଦୁନିଆରେ ମାର୍କେଟରେ ଏମିତି କିଛି ବିକଳ୍ପ ଅଛି ଯାହା ମାଧ୍ୟମରେ ଆପଣ ନିଜର ଘର କାମ କରିବା ସହିତ ସମୟ ବାହାର କରି ନିଜର କ୍ୟାରିୟର ଗଢ଼ିବା ସହିତ ଟଙ୍କା ମଧ୍ୟ ରୋଜଗାର କରିପାରିବେ ।
ଟ୍ୟୁସନ
ଯେଉଁ ମହିଳା ଶିକ୍ଷକତା କରିବାରେ ଇଚ୍ଛା ରଖିଛନ୍ତି, ସେମାନେ ଘରେ ହିଁ ଟ୍ୟୁସନ କ୍ଲାସ ଖୋଲି ପାରିବେ। ଆପଣଙ୍କୁ କହି ରଖୁଛୁଯେ ଏହା ପାଇଁ ଜରୁରୀ ନୁହେଁଯେ ଆପଣ ପଢ଼ାକୁ ହିଁ ଗୁରୁତ୍ବ ଦିଅନ୍ତୁ, ଯୋଗ ସହିତ ଅନଲାଇନ ଟ୍ୟୁଟରର ମଧ୍ୟ ଚାହିଦା ଅଧିକ ରହିଛି। ଏହା ସହିତ ଆପଣଙ୍କ ପାଖରେ ଯଦି ଅଲଗା ଅଲଗା ଭାଷାର ଜ୍ଞାନ ରହିଛି ତେବେ ଆପଣ ଭିନ୍ନ ଭିନ୍ନ ଷ୍ଟେଟର ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟ ପଢ଼ାଇ ଭଲ ରୋଜଗାର କରିପାରିବେ।
ଟିଫିନ ସର୍ଭିସ
ଯଦି ଆପଣଙ୍କୁ ଖାଦ୍ୟ ତିଆରି କରିବାରେ ଇଚ୍ଛା ଥାଏ, ତେବେ ଆପଣ ଘରେ ବସି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରିବେ। କେଟରିଙ୍ଗ୍ ଏବଂ ଟିଫିନ ସର୍ଭିସ ଆପଣଙ୍କ ପାଇଁ ଏକ ଭଲ ବିକଳ୍ପ ହୋଇପାରିବ। ଅଫିସ କିମ୍ବା ଯେଉଁମାନେ ପିଜି, ଫ୍ଲାଟରେ ରହୁଛନ୍ତି ଘର ଖାଦ୍ୟ ଖାଇବାକୁ ଅସମର୍ଥ ହୋଇଥାନ୍ତି। ଏମିତିରେ ହୋଟେଲ କିମ୍ବା ଢ଼ାବା ବ୍ୟତୀତ ଟିଫିନ ସର୍ଭିସ ଉପରେ ଅଧିକ ବିଶ୍ବାସ ରଖିଥାନ୍ତି।
ଫ୍ରିଲାନ୍ସର ରାଇଟର
ଲେଖାଲେଖିରେ ରୂଚି ରଖୁଥିବା ମହିଳାଙ୍କ ପାଇଁ କଟେଣ୍ଟ ରାଇଟିଙ୍ଗ ଏକ ଭଲ ବିକଳ୍ପ ହୋଇପାରିବ। ଏକ ସଫଳ ରାଇଟର ଭଲ ଟଙ୍କା ରୋଜଗାର କରିପାରିବ। ବର୍ତ୍ତମାନ ସବୁ ସାଇଟରେ ଫ୍ରିଲାଂସିଂ ପାଇଁ ବହୁତ ସୁଯୋଗ ସାମ୍ନାକୁ ଆସୁଛି। ଅନେକ ୱେବସାଇଟ ଏହି କାମ ପାଇଁ ଭଲ ଦରମା ଦେଇଥାନ୍ତି। ଏହା ସହିତ ମାଗାଜିନରେ ମଧ୍ୟ ଆପଣ ରେଗୁଲାର କାମ କରି ହଜାର ହଜାର ଟଙ୍କା କମାଇ ପାରିବେ।
ବ୍ୟୁଟିସିଆନ
ଏହା ଏମିତି ଏକ ପ୍ଲାଟଫର୍ମ ଯାହାର କ୍ରେଜ୍ କେବେବି ସରି ନଥାଏ। ମହିଳାଙ୍କ ପାଇଁ ଏହି କ୍ୟାରିୟର ତିଆରି କରିବା ଏକ ଭଲ ବିକଳ୍ପ ହେବ ଏବଂ ଆଗକୁ ମଧ୍ୟ ହେବ। ଏହା ପାଇଁ ଆପଣଙ୍କୁ ବାହାରକୁ ଯିବା ଦରକାର ପଡିବନି ଏବଂ ଅଧିକ ଟଙ୍କା ମଧ୍ୟ ଖର୍ଚ୍ଚ ହେବନାହିଁ। ଆପଣ ଘରେ ମଧ୍ୟ ପାର୍ଲର କରିପାରିବ ଏବଂ କାମ ସହିତ ଏହି କାମକୁ ଆଗକୁ ବଢ଼ାଇ ପାରିବେ।
ହସ୍ତରେଖା ବିଶେଷଜ୍ଞ
ଜ୍ୟେତିଷ ଶାସ୍ତ୍ରରେ ଆପଣଙ୍କର ଯଦି ଜ୍ଞାନ ଅଛି ତେବେ ଏହି କ୍ଷେତ୍ରରେ ବହୁତ ଭଲ କ୍ୟାରିୟର କରିପାରିବେ। ଘରେ ବସି ଲୋକଙ୍କର ଭବିଷ୍ୟତ ବିଷୟରେ କହିପାରିବେ। ଏହା ପାଇଁ ଅଧିକ ସମୟ ଦେବା ମଧ୍ୟ ଦରକାର ନାହିଁ। ଏହାକୁ ଆପଣ ଅଲଗା ନିଜର ଭିଡିଓ ବନାଇ ଅପଲୋଡ କରିପାରିବେ।
Sign in
Sign in
Recover your password.
A password will be e-mailed to you.