Odia News Portal

ଭାରତ ଓ ପାକର ଯୁଦ୍ଧ ହେଲେ ଏହି ଦେଶ ସହିବ ଅଧିକ କ୍ଷତି

ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଭାରତ ଓ ପାକିସ୍ତନ ମୁହାଁମୁହିଁ ସ୍ତିତି ପଂହଚିଯାଇଛି । ଏମିତି କି ପାକିସ୍ତାନ ବାରମ୍ବାର ଯୁଦ୍ଧର ଧମକ ମଧ୍ୟ ଦେଉଛି ।
ତେବେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହେଲେ ପ୍ରାୟ ୧୩ କୋଟି ଲୋକଙ୍କ ପ୍ରାଣ ଯିବ । ୨୦୨୫ ସୁଦ୍ଧା ଏହି ଯୁଦ୍ଧ ହେବ ବୋଲି ଆକଳନ କରାଯାଉଛି ।
ତେବେ ଆପଣଙ୍କୁ କହିରଖୁଛୁ ଯେ ଯୁଦ୍ଧରେ ବ୍ୟବହାର ହେବାକୁ ଥିବା ପରମାଣୁ ବୋମା କେବଳ ଯେଉଁ ସ୍ଥାନରେ ବିସ୍ଫୋରଣ ହେବ ସେହି ସ୍ଥାନ ପ୍ରତି ଯେ ବିପଦ ସୃଷ୍ଟି ହେବ ତାହା ନୁହେଁ , ଏହା ସମସ୍ତ ବିଶ୍ୱ ପାଇଁ ଆତଙ୍କର କାରଣ ହେବ ବୋଲି ଆମେରିକାର ଟୁରଗର ବିଶ୍ୱବିଦ୍ୟାଳୟର ପରିବେଶ ବିଜ୍ଞାନୀ ପ୍ରଫେସର ଆଲାନ ରୋବକ ସୂଚନା ଦେଇଛନ୍ତି ।

ତେବେ ଯଦି ଯୁଦ୍ଧ ହୁଏ ପାକିସ୍ତାନ ତୁଳନାରେ ଭାରତର ୨ରୁ ୩ ଗୁଣା ଅଧିକ କ୍ଷତି ହେବ । ପରମାଣୁ ଯୁଦ୍ଧରେ ଭାରତର ଅଧିକ ଲୋକ ପ୍ରାଣ ହରାଇବେ ବା ଆହତ ହେବେ । ଯେହେତୁ ଭାରତରେ ଜନସଂଖ୍ୟା ଅଧିକ, ତେଣୁ ଭାରଥରେ ମୃତ୍ୟୁ ସଂଖ୍ୟା ଅଧିକ ରହିବ ।