Odia News Portal

ଖାଦ୍ୟ ନଖାଇ ୭ବର୍ଷ ବଞ୍ଚିପାରେ ଏହି ଜୀବ

ଦୁନିଆର ପ୍ରତ୍ୟେକ ପ୍ରାଣୀଙ୍କର କିଛି ବିଶେଷ ଗୁଣ ଅଛି । ଏପରି ଅନେକ ପ୍ରାଣୀ ଅଛନ୍ତି ଯେଉଁମାନେ ଅନେକ ଦିନ ପାଣି ବିନା ବଞ୍ଚିପାରିବେ, ତେଣୁ କିଛି ଜୀବ ଅଛନ୍ତି ଯେଉଁମାନେ ବିନା ଖାଇ ବଞ୍ଚିପାରିବେ । ଆଜି ଆମେ ଆପଣଙ୍କୁ ଏପରି ଏକ ବିରଳ ଜୀବ ବିଷୟରେ କହିବୁ ଯାହା କିଛି ନ ଖାଇ ବହୁ ବର୍ଷ ବଞ୍ଚିପାରେ ।
ଏପରି ଏକ ଜୀବ ହେଉଛି ଝିଟିପିଟି । ଏହି ଜୀବ ବିନା ଖାଦ୍ୟରେ ୭ବର୍ଷ ଧରି ବଞ୍ଚିପାରେ । ଦକ୍ଷିଣ ପୂର୍ବ ୟୁରୋପ, ଦେଶର ବୋସନିଆ ଏବଂ ହେର୍ଜେଗୋଭିନା ପାଣି ଭିତରେ  ସାଲାମାଣ୍ଡର ନାମକ ଏହି ଝିଟିପିଟି ଦେଖିବାକୁ ମିଳିଛି ।

୭ବର୍ଷରୁ ଅଧିକ ସମୟ ହେବା ପରେ ବି ସାଲାମାଣ୍ଡର ନିଜ ସାଲାମାଣ୍ଡର ନିଜ ସ୍ଥାନରୁ ଘୁଞ୍ଚାଯାଏ ନାହିଁ । ବୈଜ୍ଞାନିକଙ୍କ କହିବାନୁଯାୟୀ, ଏହି ଜୀବଙ୍କ ଚର୍ମ ଏବଂ ବିକଶିତ ଆଖି ସେମାନଙ୍କୁ ଅନ୍ଧ କରିଦିଏ। ବୋଧହୁଏ ଏହି କାରଣରୁ ଏହି ଜୀବମାନେ ନିଜ ସ୍ଥାନରୁ ଗତି କରୁନାହାଁନ୍ତି । କୌଣସି ଜୀବ ନିଜ ସ୍ଥାନରୁ ନ ଘୁଞ୍ଚିବା କୌଣସି ଅସମାମାନ୍ୟ କଥା ନୁହେଁ।

ସାଲାମାଣ୍ଡର୍ ନିଜର ପୁରା ଜୀବନକୁ ପାଣିରେ ବିତାଇଥାଏ ଏବଂ ଏହାର ଆୟୁ ୧୦୦ ବର୍ଷ ଅଟେ । ସ୍ଲୋଭେନିଆରୁ ନେଇ କ୍ରୋଏସିଆ ପରି ବାଲକାନ ଦେଶରେ ଏହାର ବାସସ୍ଥାନ ଅଛି । ଯେତେବେଳେ ସେ ସାଥୀ ଖୋଜନ୍ତି ସେତେବେଳେ ସଲାମାଣ୍ଡର ନିଜ ସ୍ଥାନ ପ୍ରାୟ ୧୨ ବର୍ଷ ପରେ ପରିବର୍ତ୍ତନ କରନ୍ତି ।