Odia News Portal

ଅନ୍ଧବିଶ୍ୱାସର ଆଉ ଏକ ନମୂନା ! କୁକୁର ସହ ଝିଅ ବାହାଘର

ଯାଜପୁର : ଅନ୍ଧବିଶ୍ୱାସର ଆଉ ଏକ ନମୂନା । କାମ ଦେଉନି ସଚେତନତା ଅବା ଏକବିଂଶ ଶତାବ୍ଦୀର ସଭ୍ୟତା । କୁକୁର ସହ ବାହାଘର ହେଲା ଶିଶୁକନ୍ୟାର । ଘଟଣା ହେଉଛି ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍‌ରେ । ୧୬ ନମ୍ବର ଜାତୀୟ ରାଜପଥ ନିକଟ ବଡ଼ଚଣା ମେଡିକାଲ ଓ ଥାନା ଠାରୁ ଅଳ୍ପ ଦୂରରେ ଗତ ମଙ୍ଗଳବାର ଦିନ ଘଟିଗଲା ଏହି ଘଟଣା । ଲୋକେ ଦେଖୁଥିଲେ ମଧ୍ୟ କେହି ବିରୋଧ କରିନଥିଲେ । ସେଠାରେ ରହୁଥିବା ଏକ ଆଦିବାସୀ ପରିବାର ସେମାନଙ୍କ ପରମ୍ପରା ଅନୁଯାୟୀ ଏଭଳି କରିଛନ୍ତି । ଶିଶୁକନ୍ୟାର ଦାନ୍ତ ଉଠିଲେ ତାକୁ ସାହାଡ଼ା ଗଛ ମୂଳେ କୁକୁର ସହ ବିବାହ କରାଯାଏ । ଯାହା ପାଳନ କରିଥିଲେ ଏହି ପରିବାର । କୁକୁରକୁ ଖାଇବାକୁ ପିଇବାକୁ ଦେଇ ବାନ୍ଧି ରଖିବା ପରେ ତାକୁ ରୀତିନୀତି ଅନୁସାରେ ବାହାଘର କରାଇଥାନ୍ତି । ଶିଶୁଟିର ମା’ଙ୍କ କହିବା କଥା ପୁଅ ହେଉ କି ଝିଅ ବିଶ୍ୱାସ ରହିଛି, ଏଭଳି କଲେ ପିଲାର ମଙ୍ଗଳ ହୁଏ, ଭବିଷ୍ୟତ ଉଜ୍ଜ୍ୱଳ ହୁଏ ।