ଏଠାରେ ଅଲଗା ଅଲଗା ଲୋକଙ୍କ ଦ୍ବାରା କିମ୍ବଦନ୍ତୀ ବର୍ଣ୍ଣନା କରାଯାଇଛି। ଏହାକୁ ଲୋକମାନେ ନିଜ ନିଜ ଭାବନା ଅନୁସାରେ ଗ୍ରହଣ କରିଥାନ୍ତି।
-ଭଗବାନ ଶ୍ରୀକ୍ରୁଷ୍ଣଙ୍କର ନୀଳ ରଙ୍ଗ ପଛର ଏକ ଧାରଣା ରହିଛି ଯେ ଭଗବାନ ଶ୍ରୀକ୍ରୁଷ୍ଣଙ୍କୁ ଭଗବାନ ବିଷ୍ଣୁଙ୍କର ଅବତାର ବୋଲି କୁହାଯାଏ। ଭଗବାନ ବିଷ୍ଣୁ ସବୁବେଳେ ସାଗରରେ ବାସ କରିଥାନ୍ତି। ସେ ସାଗରରେ ବାସ କରୁଥିବା କାରଣରୁ ଭଗବାନ ଶ୍ରୀକ୍ରୁଷ୍ଣଙ୍କର ରଙ୍ଗ ନୀଳ ଅଟେ। ହିନ୍ଦୁ ଧର୍ମରେ ଯେଉଁ ଲୋକଙ୍କ ପାଖରେ ଖରାପକୁ ଲଢ଼ିବାରେ କ୍ଷମତା ରହିଥାଏ ଏବଂ ଯେଉଁ ଲୋକ ଚରିତ୍ରବାନ ହୋଇଥାନ୍ତି ତାଙ୍କ ଚରିତ୍ରକୁ ନୀଳ ରଙ୍ଗ ବୋଲି କୁହାଯାଏ।
-ହିନ୍ଦୁ ଧର୍ମରେ ନୀଳ ରଙ୍ଗକୁ ଅନନ୍ତତାର ପ୍ରତିକ ବୋଲି ଧରାଯାଏ। ଏହାର ଅର୍ଥ ହେଉଛି ଏହାର ଅସ୍ତିତ୍ବ କେବେ ବି ଶେଷ ହୁଏ ନାହିଁ। ଏହି କାରଣରୁ ତାଙ୍କର ରଙ୍ଗ ନୀଳ ଧରାଯାଏ।
-ହିନ୍ଦୁ ଧର୍ମର ମାନ୍ୟତା ଅନୁସାରେ ଯେତେବେଳେ ଭଗବାନ କ୍ରୁଷ୍ଣ ଛୋଟ ଥିଲା ସେତେବେଳେ ଗଣେ ପୂତନା ନାମକ ରାକ୍ଷସୀ ତାଙ୍କର ହତ୍ୟା କରିବା ପାଇଁ ଆସିଥିଲେ। ସେହି ରାକ୍ଷସୀ ତାଙ୍କୁ ନିଜର ବିଷ ଯୁକ୍ତ କ୍ଷୀର ପିଆଇଲା। ଅବଶ୍ୟ ଦେବାଂଶ ଥିବାରୁ କ୍ରୁଷ୍ଣ ଜୀବିତ ରହିଲେ କିନ୍ତୁ ଏହି କାରଣରୁ ତାଙ୍କର ରଙ୍ଗ ନୀଳ ହୋଇଗଲା। ପରେ ସେ ସେହି ରାକ୍ଷସୀର ବଦ୍ଦ କଲେ।
-କୁହାଯାଏ ଯେ ଯମୁନା ନଦୀରେ ଏକ କାଳିଆ ନାମକ ନାଗ ରହୁଥିଲା। ଯେଉଁ କାରଣରୁ ଗୋକୁଳର ସବୁ ଲୋକ ଚିନ୍ତାରେ ଥିଲେ। ଭଗବାନ କ୍ରୁଷ୍ଣ ଯେତେବେଳ ନାଗ ସହିତ ଲଢ଼ିବାକୁ ଗଲେ ତେବେ ଯୁଦ୍ଧ ସମୟରେ ନାଗର ବିଷ କାରଣରୁ ଭଗବାନ କ୍ରୁଷ୍ଣଙ୍କର ରଙ୍ଗ ନୀଳ ହୋଇଗଲା।
-ଅନେକ ପ୍ରଖ୍ୟାତ ବିଦ୍ବାନଙ୍କର ଧାରଣା ଯେ ଭଗବାନ ଶ୍ରୀକ୍ରୁଷ୍ଣଙ୍କର ରଙ୍ଗ ନୀଳ ହେବାର ମୁଖ୍ୟ କାରଣ ହେଉଛି ତାଙ୍କର ଆଧ୍ୟାତ୍ମିକ ରୂପ ଅଟେ। ଶ୍ରୀମଦ୍ଭାଗବତ ଗୀତା ଅନୁସାରେ ଭଗବାନ କ୍ରୁଷ୍ଣଙକ୍ର ଏହି ନୀଳ ରୂପ କେବଳ ତାଙ୍କୁ ଦେଖିବାକୁ ମିଳିଥାଏ, ଯେଉଁମାନେ ତାଙ୍କର ପ୍ରକ୍ରୁତ ଭକ୍ତ ହୋଇଥାନ୍ତି। ଭଗବାନ ଶ୍ରୀକ୍ରୁଷ୍ଣଙ୍କର ଏହି ରୂପକୁ ଦେଖିବା ମାତ୍ରକେ ହିଁ ଭକ୍ତ ମୋକ୍ଷ ପ୍ରାପ୍ତି କରିଥାଏ।
-ଭଗବାନ ଶ୍ରୀକ୍ରୁଷ୍ଣଙ୍କର ନୀଳ ରଙ୍ଗ ହେବା ପଛରେ ଗୋଟିଏ ଧାରଣା ମଧ୍ୟ ରହିଛି ଯେ ପ୍ରକ୍ରୁତିର ଅଧିକାଂଶ ରଙ୍ଗ ନୀଳ ଅଟେ। ଉଦାହରଣ ସ୍ବରୂପ ଆକାଶ, ସାଗର, ଝରଣା ଆଦି ସବୁ ନୀଳ ରଙ୍ଗର ଦ୍ରୁଷ୍ଟୀ ଗୋଚର ହୋଇଥାଏ। ପ୍ରକ୍ରୁତିର ଏକ ପ୍ରତିକ ରୂପ ହେବା କାରଣରୁ ତାଙ୍କର ରଙ୍ଗ ନୀଳ ଅଟେ।
-ଏମିତି ବି ଧରାଯାଏ ଯେ ଭଗବାନ ଶ୍ରୀକ୍ରୁଷ୍ଣଙ୍କର ଜନ୍ମ ଅନ୍ୟାୟକୁ ଲଢ଼ିବା ପାଇଁ ଏବଂ ସବୁ ଅନ୍ୟାୟକୁ ନାଶ କରିବା ପାଇଁ ହୋଇଥିଲା। ନୀଳ ରଙ୍ଗ ଏକ ପ୍ରତିକ ଭଳି ଧାରଣ କଲେ ଯାହାର ଅର୍ଥ ଅନ୍ୟାୟକୁ ନାଶ କରିବା ଅଟେ।