Odia News Portal

ଏହି ଫାଇଭ୍ ଷ୍ଟାର ହୋଟେଲରେ ହନିମୁନ କଲେ ମିଳିଥାଏ ୬୭ଲକ୍ଷ ଟଙ୍କା

ପାଖାପାଖି ସବୁ ବିବାହିତ ସ୍ବାମୀ ସ୍ତ୍ରୀ ଚାହିଁଥାନ୍ତି ନିଜ ହନିମୁନରେ ଏପରି ସ୍ଥାନକୁ ଯିବେ ଯେଉଁଠାରେ ବେଶୀ ପଇସା ଖର୍ଚ୍ଚ ନହେବା ସହ ସବୁ ମୂହୁର୍ତ୍ତ ସ୍ମରଣୀୟ ରହିବ। ନିଜ ହନିମୁନ ପାଇଁ ସ୍ବାମୀ ସ୍ତ୍ରୀ ହଜାର ହଜାର ଟଙ୍କା ଖର୍ଚ୍ଚ କରି ଦେଇଥାଆନ୍ତି ତଥାପି ଖୁସି ହୋଇପାରନ୍ତି ନାହିଁ କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ଜାଗା ବିଷୟରେ କହିବା ଯେଉଁଠାକୁ ଆପଣ ଆରାମରେ ଆପଣଙ୍କ ହନିମୁନ କରିବାକୁ ଯାଆନ୍ତୁ । ଏଠାକୁ ଆପଣଙ୍କୁ ଯିବା ଆସିବାର ଖର୍ଚ୍ଚ ମଧ୍ୟ ମିଳିବ। କେବଳ ଏତିକି ନୁହେଁ ଆପଣ ଯେତେବେଳେ ହନିମୁନରୁ ଫେରୁଥିବେ ହୋଟେଲ୍ ବାଲା ଆପଣଙ୍କୁ ୬୭ଲକ୍ଷ ଟଙ୍କା କ୍ୟାସ୍ ଦେବେ।
ବିଶ୍ବାସ ନ ହେଉଥିଲେ ବି ଏହା ସତ। ଆମେ ଆପଣଙ୍କୁ କୈାଣସି ସ୍ବପ୍ନ ଦେଖାଉନାହିଁ ବରଂ ସତ୍ୟତା ବିଷୟରେ କହୁଛୁ। ଇସ୍ରାଏଲର ରାଜଧାନୀ ଜେରୁଜେଲମରେ ୟେହୁଦା ନାମକ ଏକ ଫାଇଭ ଷ୍ଟାର୍ ହୋଟେଲରେ ସ୍ବାମୀ ସ୍ତ୍ରୀଙ୍କୁ ହନିମୁନ କରିବା ବଦଳରେ ୬୭ଲକ୍ଷଟଙ୍କା ଦିଆଯିବ ଏବଂ ଯିବା ଆସିବା ଖର୍ଚ୍ଚ ମଧ୍ୟ ମାଗଣା ହୋଇଥାଏ। ସ୍ବାମୀ ସ୍ତ୍ରୀଙ୍କ ରହିବା ,ଖାଇବା –ପିଇବାର ବନ୍ଦୋବସ୍ତ ମଧ୍ୟ ହୋଟେଲ୍ ତରଫରୁ କରାଯାଇଥାଏ। କିନ୍ତୁ ଆପଣ ଯଦି ଭାବୁଛନ୍ତି ଯେ ହୋଟେଲ୍ ଏହି ସବୁ ସୁବିଧା ଆପଣଙ୍କୁ ବିନା କାରଣରୁ ଯୋଗାଉଛି ତେବେ ଏହା ଭୁଲ୍। ଏଠାରେ ହୋଟେଲରେ କେତେକ ନିୟମ ଏବଂ ସର୍ତ୍ତ ରହିଛି ।ଯେଉଁ ସର୍ତ୍ତ ସ୍ବାମୀସ୍ତ୍ରୀ ଜିତନ୍ତି ସେମାନେ ସେହି ସବୁ ସୁବିଧା ଉପଭୋଗ କରିଥାଆନ୍ତି।

ଇସ୍ରାଏଲରେ ଅଧି ବର୍ଷକୁ ଶୁଭ ଗଣାଯାଇଥାଏ। କୁହାଯାଇଥାଏ ଯେଉଁ ଫେବୃୟାରୀ ମାସରେ ୨୯ଦିନ ହୋଇଥାଏ ସେହି ବର୍ଷକୁ ସେଠାରେ ଗର୍ଭବତୀ ବର୍ଷ ବୋଲି କୁହାଯାଇଥାଏ। ଏହି ଖାସ୍ ମାସରେ ଏହି ହୋଟେଲ୍ ନିଜ ହୋଟେଲରେ ରହୁଥିବା ହନିମୁନ କପଲଙ୍କୁ ଏହି ସୁବିଧା ଯୋଗାଇଥାଏ। ଚାରି ବର୍ଷ ମଧ୍ୟରେ କେବଳ ୨ଟି କପଲଙ୍କୁ ଏହି ସୁବର୍ଣ୍ଣ ସୁଯୋଗ ମିଳିଥାଏ ଏବଂ ମହିଳାଜଣକ ଠିକ୍ ଫେବୃୟାରୀ ୨୯ତାରିଖ ଦିନ ଗର୍ଭବତୀ ହୋଇଥାଏ। ଏହି ସର୍ତ୍ତକୁ ପୂରଣ କରୁଥିବା ଯେକୈାଣସି ୨ଟି କପଲଙ୍କୁ ୬୭ଲକ୍ଷ ଟଙ୍କା ଦିଆଯାଇଥାଏ ଏବଂ ଯିବା ଆସିବାର ସବୁ ଖର୍ଚ୍ଚ ହୋଟେଲ୍ ବହନ କରିଥାଏ।
ଏହା ସହିତ ଜଣେ ଡାକ୍ତରଙ୍କ ଦଳ ଏହା ଯାଞ୍ଚ କରିଥାନ୍ତି ମହିଳା ଫେବୃୟାରୀ ୨୯ତାରିଖ ଦିନ ଗର୍ଭବତୀ ହୋଇଛନ୍ତି ନା ଅନ୍ୟ ଦିନରେ। ଏହା ପରେ ଏହି ଖାସ୍ ଯୋଜନାର ଲାଭ କପଲଙ୍କୁ ମିଳିଥାଏ। ଯଦି ଆପଣ ନୂଆ ବାହା ହୋଇଛନ୍ତି ତେବେ ଏହାର ମଜା ଉଠାଇ ପାରିବେ।