Odia News Portal

ଲୋକଙ୍କୁ ଫ୍ରିରେ ମିଳିବ ଜିଓ ସିମ୍ ଏବଂ ୯୯ ଟଙ୍କାରେ ଅସୀମିତ ମଜା !

ଯଦି ଆପଣ ମଧ୍ୟ ରେଲୱେରେ ନିଜର ସେବା ଦେଉଛନ୍ତି, ଆପଣଙ୍କ ପାଇଁ ନବବର୍ଷର ବହୁତ ବଡ ଖୁସି ଖବର, କାରଣ ୧ ଜାନୁୟାରୀ ୨୦୧୯ରୁ ଆପଣଙ୍କୁ ରିଲାଏନ୍ସ ଜିଓର ସେବା ମିଳିବ। ଏବେ ଭାରତୀୟ ରେଲୱେର ସବୁ କର୍ମଚାରୀ ମାନଙ୍କୁ ଜିଓର କନେକସନ ମିଳିବ। ଜିଓ ସହିତ ରେଲୱେର ବୁଝାମଣାର ଫାଇଦା ଏହା ହେବ ଯେ ରେଲୱେର ଫୋନର ବିଲ୍ ପ୍ରାୟ ୩୫ ପ୍ରତିଶତ କମ୍ ଆସିବ।ରେଳୱେ ବୋର୍ଡ ଅନୁଯାୟୀ ରେଲଟେଲ (ରେଳ କ୍ଷେତ୍ରର ସାର୍ବଜନିକ ଉପକ୍ରମ) କୁ ଭାରତୀୟ ରେଳ ପାଇଁ ନୂଆ ସିୟୁଜି ଯୋଜନାକୁ ଶେଷ ରୂପ ଦେବା ପାଇଁ ଦାୟିତ୍ବ ନେଇଛି। ଜିଓ ସହିତ ରେଳୱେର ସାଲିସ ହିସାବରେ ରେଲୱେର କର୍ମଚାରୀ ମାନନଙ୍କୁ ଜିଓର କନେକସନ ମିଳିବ ଏବଂ ସବୁ ମାସ ହାଇ-ସ୍ପିଡ ଡାଟା ସହିତ ଅନଲିମିଟେଡ କଲିଙ୍ଗ୍ ମିଳିବ।୩୧ ଡିସେମ୍ବର ୨୦୧୮ ପର‌୍ୟ୍ୟନ୍ତ ଭାରତୀୟ ରେଲୱେ ଭାରତୀ ଏୟାରଟେଲରୁ ନିଜର ସେବା ନେଉଥିଲେ। ଗତ ଛଅ ବର୍ଷ ହେବ ରେଲୱେର ଟେଲିକମ୍ ପାର୍ଟନର ଏୟାରଟେଲ ଥିଲା। ଭାରତୀୟ ରେଲୱେ ନିଜର କର୍ମଚାରୀଙ୍କୁ ପ୍ରାୟ ୧.୯୫ ଲକ୍ଷ ମୋବାଇଲ କନେକସନ ଦେଇଛି ଏବଂ ସବୁ ବର୍ଷ ରେଲୱେକୁ ପ୍ରାୟ ୧୦୦ ଟଙ୍କାର ଫୋନ ବିଲ୍ ହିସାବରେ ଦେବାକୁ ପଡିଥାଏ।