Odia News Portal

ଆସନ୍ତୁ ଜାଣିଵା କିଡ୍‌ନୀ ‍କିପରି କ୍ଷତି କରି ପାରେ

?୧, କିଡ୍‌ନୀକୁ ‍କ୍ଷତି ପହଞ୍ଚାଉଥିବା ପ୍ରଥମ ବଦ୍‌ ଅଭ୍ୟାସ ହେଉଛି, ପାଣି କମ୍‌ ପିଇବା। ଅନାବଶ୍ୟକ ବା ବିଷାକ୍ତ ପଦାର୍ଥ ବାହାର କରିବା ପାଇଁ ଶରୀରରେ ଯଥେଷ୍ଟ ପରିମାଣର ପାଣି ରହିବା ଆବଶ୍ୟକ। କମ୍‌ ପାଣି ପିଇବା ହେତୁ ଶରୀରରେ ଜଳୀୟ ଅଂଶ କମିଯାଏ। ଫଳରେ ଶରୀର ହାଇଡ୍ରେଟ୍‌ ରୁହେ ନାହିଁ। ଅର୍ଥାତ୍‌ କିଡନୀ ତା’ର କାମ କରିବାରେ ବିଫଳ ହୁଏ ଏବଂ ଏହା ଶରୀରରୁ ବର୍ଜ୍ୟବସ୍ତୁ ବାହାର କରିପାରେ ନାହିଁ।
?୨. ଖାଦ୍ୟରେ ଅଧିକ ମାତ୍ରାରେ ଲୁଣ ଖାଇବା ଅଭ୍ୟାସ ମଧ୍ୟ କିଡ୍‌ନୀ ପାଇଁ କ୍ଷତିକାରକ। ଏହା ଦ୍ୱାରା ଉଚ୍ଚ ରକ୍ତଚାପ ସମସ୍ୟା ହୋଇଥାଏ, ଯାହାର ପ୍ରଭାବ ସିଧାସଳଖ କିଡନୀ ଉପରେ ପଡ଼େ।
?୩. ଅଧିକ ଚିନି ଖାଇବା ମଧ୍ୟ କିଡ୍‌ନୀ ପାଇଁ ଖରାପ। ଏହା ରକ୍ତରେ ଶର୍କରା ପରିମାଣ ବଢ଼ାଇଦିଏ ଯାହା ଅତିରିକ୍ତ ହୋଇଗଲେ କିଡ୍‌ନୀ ଖରାପ ହୋଇଯାଏ।
?୪. ଅତ୍ୟଧିକ କଫି ସେବନ ମଧ୍ୟ କିଡ୍‌ନୀ ପାଇଁ ହାନିକାରକ। ବିଶେଷ କରି ମହିଳାମାନଙ୍କ ପାଇଁ ଏହା ଅଧିକ କ୍ଷତିକାରକ। ଏଥିରେ ଥିବା କେଫିନ୍‌ ଅନେକ ରୋଗକୁ ଆମନ୍ତ୍ରଣ କରିଥାଏ।
?୫. ମଦ୍ୟପାନ ଓ ଧୂମପାନ ହେଉଛି ସବୁଠୁ ବଡ଼ ଖରାପ ଅଭ୍ୟାସ। ଏହା କେବଳ ହାର୍ଟ ନୁହେଁ କିଡ୍‌ନୀ ଓ ଲିଭରକୁ ମଧ୍ୟ ନଷ୍ଟ କରିଦିଏ।
?୬. ବିଳମ୍ବ ରାତି ଯାଏ ଚେଇଁ ରହିବା ଓ ସକାଳେ ଶୀଘ୍ର ଉଠି କାମକୁ ଯିବା ଭଳି ଖରାପ ଅଭ୍ୟାସ ମଧ୍ୟ କିଡ୍‌ନୀ ପାଇଁ ବିପଦ। ଅଳ୍ପ ନିଦ୍ରା କିଡ୍‌ନୀ ଉପରେ ଖରାପ ପ୍ରଭାବ ପକାଇଥାଏ।
?୭. ଅଧିକ ସମୟ ଯାଏ ପରିଶ୍ରାକୁ ରୋକିବା ମଧ୍ୟ ଏକ ବଦ୍‌ ଅଭ୍ୟାସ। ଏହା ଫଳରେ କିଡ୍‌ନୀ ଫେଲ ହେବାର ଆଶଙ୍କା ରହିଥାଏ।