ଦିନରେ କେବେ କିନ୍ନରମାନଙ୍କ ଶବ ଶୋଭାଯାତ୍ରା ଦେଖିଛନ୍ତି କି ? ହୁଏତ ଦେଖି ନ ଥିବେ। କିନ୍ତୁ କାହିଁକି ଦେଖି ନାହାଁନ୍ତି କେବେ ଜାଣିବାକୁ ଚେଷ୍ଟା କରିଛନ୍ତି କି ? ଯଦି ଜାଣି ନାହାଁନ୍ତି ତା’ହେଲେ ଆମେ ଆଜି ଆପଣଙ୍କୁ ଜଣାଇବୁ।
ଏପରିକି ଗୋଟିଏ ସମୂଦାୟର ମୃତ୍ୟୁ ହେଲେ ଅନ୍ୟ ସମୂଦାୟର କିନ୍ନର ମଧ୍ୟ ତାଙ୍କ ଶବଯାତ୍ରାରେ ସାମିଲ ହୋଇପାରିବେ ନାହିଁ। କାରଣ ଏପରି କଲେ ପୁଣିଥରେ କିନ୍ନର ଜନ୍ମ ନେବାକୁ ପଡ଼ିଥାଏ ବୋଲି ବିଶ୍ୱାସ ରହିଛି। କିନ୍ନର ସମାଜରେ ଏହି ପରମ୍ପରା ଅନେକ ଦିନରୁ ରହି ଆସିଛି। ଖାଲି ସେତିକି ନୁହେଁ ଶବଯାତ୍ରା ପୂର୍ବରୁ ଶବକୁ ଜୋତା ଓ ଚପଲ୍ରେ ମଧ୍ୟ ପିଟାଯାଇଥାଏ।
ପୁଣିଥରେ କିନ୍ନର ଜନ୍ମ ନ ମିଳୁ ଏଥିପାଇଁ ମୃତ୍ୟୁପରେ କିନ୍ନରମାନେ ନିଜ ପଇସାରେ ଦାନ ଧର୍ମ କରିଥାନ୍ତି। ଏମାନେ ହିନ୍ଦୁ ଧର୍ମରେ ବିଶ୍ୱାସ ରଖୁଥିଲେ ମଧ୍ୟ ଶବକୁ ନ ପୋଡ଼ି ପୋତି ଦେଇଥାନ୍ତି। ସାଥୀ କିନ୍ନର ମୃତ୍ୟୁ ହେଲେ କିନ୍ନରମାନେ ବେଶୀ ଦୁଃଖ ପ୍ରକାଶ କରନ୍ତି ନାହିଁ। କାରଣ ସେମାନଙ୍କୁ ନର୍କ ଜୀବନରୁ ମୁକ୍ତି ମିଳିଥାଏ ବୋଲି କିନ୍ନର ସାମାଜରେ ଧାରଣା ରହିଛି।