Odia News Portal

‘କିସ ଡେ’ ରେ ଜାଣନ୍ତୁ କିସର ପ୍ରକାରଭେଦ

କିସ କରିବାର କାରଣ ଜାଣନ୍ତି କି ? କିସ ପାଶ୍ଚାତ୍ୟ ସଭ୍ୟତାରୁ ଆସିଛି । ପାଶ୍ଚାତ୍ୟ ସଭ୍ୟତାରେ ଚୁମ୍ବନକୁ ଅତି ସାଧାରଣ କଥା ବୋଲି କୁହାଯାଏ । ହେଲେ ଏବେ କିନ୍ତୁ ତାହା ଆଧୁନିକ ଯୁଗରେ ମଧ୍ୟ ପାଶ୍ଚାତ୍ୟ ସଭ୍ୟତା ଭଳି ସାଧାରଣ ଘଟଣା ହୋଇଯାରିଛି । ୨୦୧୩ ମସିହାରେ ଏକ ଗବେଷଣାରୁ ଜଣାପଡିଛି ଯେ ଦେହର ସୁଗନ୍ଧହିଁ ଚୁମ୍ବନ ପାଇଁ ଆକର୍ଷଣ କରିଥାଏ । ହେଲେ ଧିରେ ଧିରେ ଏହା ଭଲପାଇବା ଏବଂ ସ୍ନେହରେ ପ୍ରତୀକ ପାଲଟି ଯାଇଛି । ଯାହାକି ଆଧୁନିକ ସାମାଜିକ ଜୀବନରେ ଚୁମ୍ବନ ଅତି ସାଧାରଣ ଘଟଣା ହୋଇଯାଇଛି । ଆଜି ଆମେ ଆପଣକୁ ଜଣାଇବାକୁ ଯାଉଛୁ କେଉଁ ଚୁମ୍ବନର କଣ ରହିଛି ମହତ୍ୱ ।
ହାତକୁ ଚୁମ୍ବନ ଦେବାର ମହତ୍ୱ
ହାତକୁ ଚୁମ୍ବନ ଦେବାର ମହତ୍ୱ ହେଲା ଆପଣ ସେହି ମଣିଷକୁ ପସନ୍ଦ ଏବଂ ସମ୍ମାନ କରିଥାନ୍ତି । ଏହା କେବଳ ପ୍ରେମି ଯୁଗଳଙ୍କ ମଧ୍ୟରେ ହିଁ ହୋଇଥିବାର ଦେଖାଯାଏ ।
କପାଳ ଚୁମ୍ବନ ଦେବାର ମହତ୍ୱ
କପାଳରେ ଚୁମ୍ବନ ଦେବାର ମହତ୍ୱ ହେଲା ଆପଣ ସେହି ବ୍ୟକ୍ତିକୁ ଅନେକ ଭଲପାଇଥାନ୍ତି । ସେହି ବ୍ୟକ୍ତି ଆପଣଙ୍କ ଜୀବନରେ ଅତି ମୁଲ୍ୟବାନ । ଏହି ଚୁମ୍ବନ ପିତା,ମାତା,ଭାଇ,ଭଉଣି ଏବଂ ଜୀବନସାଥୀଙ୍କ କ୍ଷେତ୍ରରେ ହୋଇଥାଏ ।
ଗାଲରେ ଚୁମ୍ବନର ମହତ୍ୱ
ଗାଲରେ ଚୁମ୍ବନ ଦେବାର ମହତ୍ୱ ହେଲା ଆପଣ ସେହି ବ୍ୟକ୍ତିକୁ ସ୍ନେହରେ ଚୁମ୍ବନ ଦେଉଛନ୍ତି । ସେହି ସମୟରେ ବ୍ୟକ୍ତି ଆପଣଙ୍କ କଥା ଏବଂ ବ୍ୟବହାରରେ ସନ୍ତୁଷ୍ଟ ହୋଇଛନ୍ତି । ଏହା ଭଉଣି,ଭାଇ ବନ୍ଧୁ ,ମା’ ଓ ଜୀବନସାଥୀଙ୍କ କ୍ଷେତ୍ରରେ ହେଇଥାଏ ।
ଆଖିରେ ଚୁମ୍ବନ ଦେବାର ମହତ୍ୱ
ଆଖିରେ ଚୁମ୍ବନ ଦେବାର ମହତ୍ୱ ହେଲା ଆପଣ ସେହି ବ୍ୟକ୍ତିଙ୍କୁ ନିଜର କରିବାକୁ ଚାହୁଁଛନ୍ତି । ଏହା କେବଳ ପ୍ରେମୀ ଯୁଗଳଙ୍କ ମଧ୍ୟରେ ହୋଇଥାଏ ।
ଓଠରେ ଚୁମ୍ବନ ଦେବାର ମହତ୍ୱ
ଓଠରେ ଚୁମ୍ବନ ଦେବାର ମହତ୍ୱ ହେଲା ଆପଣ ସେହି ବ୍ୟକ୍ତିଙ୍କ ପ୍ରତି ଆକର୍ଷିତ ହୋଇଥାନ୍ତି । ଏବଂ ଏହି ଚୁମ୍ବନରେ ଆପଣ ନିଜ ସାଥୀଙ୍କ ସହ ଯୌନ ସମ୍ପର୍କ ପାଇଁ ଇଚ୍ଛା ବୁଝାଇଥାଏ । ଏହା କେବଳ ଜୀବନ ସାଥୀ ଏବଂ ପ୍ରେମି ଯୁଗଳଙ୍କ ମଧ୍ୟରେ ହିଁ ହୋଇଥାଏ ।