Odia News Portal

ଶ୍ରୀକୃଷ୍ନଙ୍କ ବାଲ୍ୟ ବନ୍ଧୁ ହେବା ସତ୍ୱେ ସୁଦାମା କାହିଁକି ଦାରିଦ୍ର୍ୟ ଥିଲେ

ସ୍ୱାଧିକାର ନ୍ୟୁଜ() ଭଗବାନ ଶ୍ରୀକୃଷ୍ନ ତାଙ୍କର ଜ୍ୟେÂ ଭ୍ରାତା ବଳରାମ ଓ ସହପାଠୀ ସୁଦାମାଙ୍କ ସହିତ ସନ୍ଦିପନୀ ଋଷିଙ୍କ ଆଶ୍ରମରେ ରହି ବିଦ୍ୟାଧ୍ୟୟନ କରୁଥିଲେ । ଥରେ କୃଷ୍ନ ଏବଂ ବଳରାମ କାଠ ଆଣିବା ପାଇଁ ବଣକୁ ଯାଇଥିଲେ । କିଛି ସମୟ ପରେ ଋଷି ପତ୍ନୀ ସୁଦାମାଙ୍କୁ ମଧ୍ୟ ବଣକୁ ପଠାଇ ତିନି ଜଣଙ୍କ ଖାଇବା ପାଇଁ କିଛି ଚଣା ପଠାଇଥିଲେ ।

ହେଲେ ଯେତେବେଳେ କୃଷ୍ନ ଓ ସୁଦାମାଙ୍କ ଭେଟ ହେଲା କୃଷ୍ନ କହିଲେ ଭାଇ ମୋତେ କିଛି ଜଳ ଦିଅ , ବଡ ତୃଷ୍ନା ଲାଗୁଛି । ସୁଦାମା କହିଥିଲେ ଖାଲି ପେଟରେ ଜଳ ପିଇବା ଉଚିତ ନୁହେଁ, ଏଣୁ କିଛି ସମୟ ବିଶ୍ରାମ କରିନିଅ । ସୁଦାମା ଚଣା ବିଷୟମରେ କିଛି ସୂଚନା ଦେଲେ ନାହିଁ କି କୃଷ୍ନଙ୍କୁ ତାଙ୍କର ଭାଗ ଦେଲେ ନାହିଁ ।
କୃଷ୍ନ ତ କ୍ଲାନ୍ତ ହୋଇପଡିଥିଲେ , ସୁଦାମାଙ୍କ କୋଳରେ ମୁଣ୍ଡ ରଖି ଗାଢ ନିଦ୍ରାରେ ଘୁଙ୍ଗୁଡି ମାରିବାକୁ ଲାଗିଲେ । ଏହି ସୁଯୋଗ ଦେଖି ସୁଦାମା ଚଣା କାଢି ଚୋବାଇଲେ ।

ଅଚାନକ କୃଷ୍ନ ଉଠିପଡିବା ପରେ ଅଭିନୟ କରି ପଚାରିଲେ ‘ଭାଇ କ’ଣ ଖାଉଛ,କାଡୁ କାଡୁ ଶଦ୍ଧ ହେଉଛି ? ସୁଦାମା କହିଲେ, ‘ ଏଠି ଖାଇବାକୁ ଆଉ କ’ଣ ଅଛି ? ମୁଁ ତ ଶୀତରେ ଥରୁଛି ବୋଲି ଦାନ୍ତ କଡମଡ ହେଉଛି । ଦେଖ, ମୁଁ ଭଲଭାବରେ ବିଷ୍ନୁସହସ୍ର ନାମ ଉଚ୍ଚାରଣ ମଧ୍ୟ କରିପାରୁନାହିଁ’ା

ଏକଥା ଶୁଣିବା ପରେ ପରେ ଅନ୍ତର୍ଯ୍ୟାମୀ କୃଷ୍ନ କହିଲେ ଭାଇ ମୁଁ ଏବେ ଏବେ ସ୍ୱପ୍ନରେ ଦେଖିଲି ଯେ ଜଣେ ବ୍ୟକ୍ତି ଆଉ ଜଣଙ୍କ ଖାଦ୍ୟ ଖାଇଯାଉଛି । ଯେତେବେଳେ ତାକୁ ଏହି ବିଷୟରେ ପଚରାଗଲା ସେ କହିଲା ଯେ ମୁଁ ଆଉ କ’ଣ ମାଟି ଗୋଡି ଖାଉଛି । ଏହାପରେ କୃଷ୍ନ କହିଲେ ଏହା ତ କେବଳ ସ୍ୱପ୍ନ ଥିଲା , ତେବେ ମୁଁ ଭଲ ଭାବରେ ଜାଣେ ଯେ ତୁମେ ମୋ ବିନା ଅନ୍ନ ଦାନାଟିଏ ମଧ୍ୟ ଗ୍ରହଣ କରନାହିଁ । ଥକାବଶତଃ ନିଦ୍ରାଗତ ଅବସ୍ଥାରେ ମୁଁ ତୁମକୁ ଏପରି ପ୍ରଶ୍ନ କରିଥିଲି ।

ଯଦି ସୁଦାମା ଭଗବାନ ଶ୍ରୀକୃଷ୍ନଙ୍କର ଅନ୍ତର୍ଯ୍ୟାମୀ ସ୍ୱରୂପ ବିଷୟରେ ପରିଚିତ ଥାଆନ୍ତେ ତାହେଲେ ସେ ଏହି ପ୍ରକାର ଆଚରଣ କଦାପି କରିନଥାନ୍ତେ । ଏହି କାରଣରୁ ଶ୍ରୀକୃଷ୍ନଙ୍କର ବାଲ୍ୟ ବନ୍ଧୁ ହୋଇଥିବା ସତ୍ତେ୍ୱ ସୁଦାମାଙ୍କୁ ଦାରିଦ୍ର୍ୟ ଓ ସଂସାରର କ୍ଲେଶ ଭୋଗିବାକୁ ପଡିଲା ପରବର୍ତ୍ତୀ ସମୟରେ ତାଙ୍କ ପତ୍ନୀଙ୍କ ହାତରେ ପ୍ରସ୍ତୁତ କିଛି ଖୁଦଭଜା ନେଇ ଯେତେବେଳେ ଶ୍ରୀକୃଷ୍ନଙ୍କୁ ଉପହାର ଦେବା ପାଇଁ ଗଲେ ଭଗବାନ ଅତ୍ୟନ୍ତ ପ୍ରସନ୍ନ ହୋଇ ତାଙ୍କୁ ସୁବର୍ଣ୍ଣ ନଗରୀ ଉପହାର ଦେଲେ ।

ଯିଏ ଭଗବାନଙ୍କୁ ଅର୍ପଣ ନକରି ଏକାନ୍ତରେ ଭୋଜନ ଗ୍ରହଣ କରେ ସିଏ ଏହି କଥା ସ୍ମରଣ ରଖିବା ଉଚିତ । ଶ୍ରୁତି ମଧ୍ୟ ଏହି କଥା କହେ ଯେ ଈଶ୍ୱରଙ୍କୁ ପ୍ରଥମେ ଅର୍ପଣ କରି ଉଚ୍ଛିଷ୍ଟ ହେବା ପରେ ଭୋଜନ ଗ୍ରହଣ କରିବା ଉଚିତ । ବାବା ବଡ କୌତୂହଳପୂର୍ଣ୍ଣ ଉପାୟରେ ଏହି ଶିକ୍ଷା ପ୍ରଦାନ କଲେ ।