Odia News Portal

ନାରୀ ଠାରୁ ଏହି ଜିନିଷ ଚାହାନ୍ତି ପୁରୁଷ, ହେଲେ କହିପାରନ୍ତି ନାହିଁ । ଜାଣନ୍ତୁ…

ନାରୀ ଓ ପୁରୁଷ ଉଭୟ ଉଭୟଙ୍କର ଅବିଛେଦ୍ୟ ଅଙ୍ଗ । ନାରୀ ବିନା ପୁରୁଷର ମୂଲ୍ୟ ନିରର୍ଥକ ଏବଂ ପୁରୁଷ ବିନା ନାରୀ ଜୀବନ ମଧ୍ୟ ଅଧୁରା । ସଂସାର କହିଲେ ପୁରୁଷ ଓ ନାରୀଙ୍କୁ ନେଇ ସୃଷ୍ଟି ହୁଏ ସଂସାର । ନାରୀ ଠାରୁ ପୁରୁଷ ଯେମିତି ଅନେକ କଥା ଆଶା କରେ ପୁରୁଷ ଠାରୁ ନାରୀ ସେମିତି ଅନେକ କିଛି ଆଶା କରିଥାଏ । କିନ୍ତୁ ସାଧାରଣରେ ଦେଖାଯାଏ ଜଣେ ନାରୀ ଯେ କି ସ୍ନେହ ଓ ପ୍ରେମର ମୂର୍ତ୍ତମନ୍ତ ପ୍ରତୀକ ସେ ନାରୀ ତାର ମନର କଥା ସହଜରେ ତାର ମନର ମଣିଷ ଆଗରେ କହିପାରିଥାଏ । କିନ୍ତୁ ଜଣେ ପୁରୁଷ ତା ମନର କଥାକୁ ସହଜରେ କାହାକୁ କହିପାରେ ନାହିଁ ।
ଖୁସି ରହିବା
ଜଣେ ପୁରୁଷ ଚାହେଁ ତାର ଜୀବନ ସାଥୀ ସବୁବେଳେ ଖୁସି ଥାଉ ଏବଂ ଯେତେ ଦୁଃଖକଷ୍ଟ ମନ ଭିତରେ ଥିଲେ ମଧ୍ୟ ତାର ହସହସ ମୁହଁ ସବୁବେଳେ ଫୁଲର ପାଖୁଡା ଭଳି ହସରେ ଫୁଟିଉଠୁଥାଉ । ଯାହାକୁ ଦେଖି ସମସ୍ତେ ଖୁସି ହୋଇଥାନ୍ତି । ଇଚ୍ଛା ଏବଂ ଆଶା ମିଶୁଥିବା
ଏହା ଏକ ସ୍ୱାଭାବିକ ଘଟଣା ଯେ ପ୍ରତ୍ୟେକ ପୁରୁଷ ଚାହାଁନ୍ତି ତାଙ୍କ ଇଚ୍ଚା ଓ ଅନିଛା ସହିତ ତାଙ୍କର ଜୀବନ ସାଥୀ ଖାପ ଖୁଆଇ ଚଳିବା । ଏକଥା କାହାକୁ କହିବା ଅନାବଶ୍ୟକ କିନ୍ତୁ ପ୍ରତ୍ୟେକ ନାରୀ ଏହି ଭଳି ମାନସିକତା ନେଇ ଚଳିଲେ ପୁରୁଷର କୌଣସି ସମସ୍ୟା ନଥାଏ । କିନ୍ତୁ ଯେତେବେଳେ ପୁରୁଷ ଏକଥା ଖୋଲି କହିପାରେ ନାହିଁ କିମ୍ବା ସହିପାରେ ନାହିଁ ସେତେବେଳେ ଜୀବନ ଦୁର୍ବିସହ ହୋଇଉଠେ ।
ଯୌନ ସମ୍ପର୍କ ପାଇଁ ଇଚ୍ଛା ଆଗ୍ରହ
ପ୍ରତ୍ୟକ ପୁରୁଷ ଚାହାନ୍ତି ତାଙ୍କ ସାଥୀ ତାଙ୍କ ପ୍ରତି ଭଲପାଇବା ଏବଂ ସହବାସ କରିବା ପାଇଁ ଖୁସି ଏବଂ ନିଜ ଇଚ୍ଛା ଆଗ୍ରହ ସହ ଆଗକୁ ବଢିବା ପାଇଁ । ଯାହା ଗୋଟେ ପୁରୁଷ କେବେ ହେଲେ ସାଥୀକୁ ଖୋଲିକି କହିପାରେ ନାହିଁ ।
ଜ୍ଞାନୀ
ପୁରୁଷ ଚାହେଁ ତାର ସାଥୀ ଜ୍ଞାନି ହେବା ସହ ଆଧୁନିକ ଯୁଗ ସହ ତାଳ ଦେଇ ଆଗକୁ ବଢିବା ପାଇଁ କିନ୍ତୁ ନିଜ ସାଥୀର ଜ୍ଞାନ ଯେ ସୀମିତ ସେକଥା ସେ ତାକୁ କହିପାରେନା କିମ୍ବା ସେ ଜ୍ଞାନର ପରିସୀମାକୁ ମଢାଇବା ପାଇଁ ମଧ୍ୟ ପରାମର୍ଶ ଦେଇପାରେନା ।