ହିନ୍ଦୁ ଧର୍ମରେ ମହିଳାମାନଙ୍କୁ ଦେବୀଙ୍କର ମାନ୍ୟତା ଦିଆଯାଇଛି । ଏତିକି ନୁହଁ ଯେବେ କୌଣସି ମହିଳା ବିବାହ କରି ନିଜ ସ୍ୱାମୀ ସହିତ ବନ୍ଧନରେ ବାନ୍ଧି ହୋଇଗଲେ ତେବେ ସେ ତାଙ୍କର ଅର୍ଦ୍ଧାଙ୍ଗିନୀ ହୋଇଯାଉଛି । ଗରୁଡ ପୁରାଣରେ ସ୍ତ୍ରୀ ମାନଙ୍କ ବିଷୟରେ କୁହାଯାଇଛି କି, ଯେଉଁ ମହିଳାଙ୍କ ପାଖରେ ଏହି ଗୁଣ ଥିବ ସେମାନେ ଭାଗ୍ୟଶାଲୀ ଅଟନ୍ତି । ତେବେ ଆସନ୍ତୁ ଜାଣିବା ଗୁଣ ବିଷୟରେ ……..
ଘର କାମରେ ଦକ୍ଷ :-
ଏହି ଗୁଣଟି ହେଉଛି, ଯେଉଁ ମହିଳାମାନେ ଘର କାମରେ ପରିପୂର୍ଣ ଥିବେ ଯେମିତି ଖାଇବା ବନେଇବା, ସଫା-ସଫି କରିବା, ଘରକୁ ସଜେଇବା, ଲୁଗା-ବାସନ ଆଦି ସଫା ରଖିବା, ଘରକୁ ଆସିଥିବା ଅତିଥି ଙ୍କର ମାନ-ସଂମାନ କରିବା, ସ୍ୱାମୀଙ୍କୁ କୌଣସି ପ୍ରକାରର ଅସୁବିଧା ନହେଉ । ମିଠା କଥା :-
ଏହି ଗୁଣଟି ହେଉଛି, ଯେଉଁ ମହିଳାର କଥା ମିଠା ହୋଇଥିବ ଓ ବଡ ମାନଙ୍କୁ ସଂମାନର ସହିତ କଥା ହେବା । ଯାହାଫଳରେ ପରିବାର ସହିତ ତାର ସ୍ୱାମୀ ମଧ୍ୟ ତାକୁ ବହୁତ ଭଲ ପାଇଥାଏ ।
ସ୍ୱାମୀଙ୍କ କଥା ମାନିବା :-
ଏହି ଗୁଣଟି ହେଉଛି, ଯେଉଁ ସ୍ତ୍ରୀ ନିଜ ସ୍ୱାମୀର କଥାକୁ ଶୁଣିଥାନ୍ତି ଓ ତାକୁ ପାଳନ କରିଥାନ୍ତି । ଏହାଛଡା ସ୍ୱାମୀଙ୍କ ମନକୁ କଷ୍ଟ ଦେଲାଭଳି କୌଣସି କଥା କୁହନ୍ତିନି, ଏମିତି ସ୍ତ୍ରୀ ପାଇଁ ସ୍ୱାମୀ କିଛିହେଲେ ମଧ୍ୟ କରିବାକୁ ପ୍ରସ୍ତୁତ ରହିଥାଏ ।
ପବିତ୍ରତା :-
କୁହାଯାଉଛି କି ଯେଉଁ ସ୍ତ୍ରୀ ନିଜ ସ୍ୱାମୀ ଛଡା କୌଣସି ଅନ୍ୟ ପୁରୁଷ ବିଷୟରେ ଚିନ୍ତା କରିନଥାଏ, ତେବେ ସେ ପବିତ୍ର ହୋଇଥାଏ । ଏମିତିଆ ସ୍ତ୍ରୀ ସ୍ୱାମୀଙ୍କୁ ସାହସ ଦେଇଥାନ୍ତି ଓ ଶେଷରେ ସୁଖ ଭୋଗିଥାନ୍ତି ।