ଲୋକମାନେ ସାକ୍ଷାତ କରିବା ସମୟରେ ରାମ-ରାମ, ଗୁଡ୍ ମର୍ଣ୍ଣିଂ, ଜୟ ଶ୍ରୀକୃଷ୍ଣ, ଜୟ ଗୁରୁ, ହରି ଓମ୍, ସାଇ ରାମ କିମ୍ବା ଅନ୍ୟ ପ୍ରକାରରେ ଅଭିବାଦନ କରିଥାନ୍ତି। କିନ୍ତୁ ସଂସ୍କୃତ ଶଦ୍ଧ ‘ନମସ୍କାର’ କୌଣସି ବ୍ୟକ୍ତିଙ୍କ ସହ ସାକ୍ଷାତ କରିବା ସମୟରେ ବ୍ୟବହାର କରାଯାଇଥାଏ ଏବଂ ‘ନମସ୍ତେ’ ଶଦ୍ଧ ଯିବା ସମୟରେ କୁହାଯାଇଥାଏ। ଏହାପରେ ମଧ୍ୟ କିଛି ଲୋକମାନେ ଏହାର ଓଲଟା ବ୍ୟବହାର କରିଥାନ୍ତି।
ଅନେକ ବିଦ୍ୱାନଙ୍କ କହିବାନୁଯାୟୀ ‘ନମସ୍କାର’ ସୂର୍ଯ୍ୟ ଉଦୟ ସମୟରେ ଏବଂ ‘ନମସ୍ତେ’ ସୂର୍ଯ୍ୟାସ୍ତ ସମୟରେ କରାଯାଇଥାଏ।