Odia News Portal

ନାନା ବାୟା ଗୀତ ଶୁଣି କାହିଁକି ଶୋଇପଡନ୍ତି ଶିଶୁ?, ଜାଣନ୍ତୁ କାରଣ

ପିଲାଙ୍କୁ ଶୁଆଇବା ପାଇଁ ମା’ମାନେ ନାନା ବାୟା ଗୀତର ସାହାରା ନେଇଥାନ୍ତି। ପୃଥିବୀର ସମସ୍ତ ସଂସ୍କୃତି ତଥା ପରମ୍ପରାରେ ଏଭଳି ନାନା ବାୟା ଗୀତକୁ ଲୋକଗୀତ ବୋଲି କୁହାଯାଇଥାଏ।

ତେବେ ଏହା ଛୋଟ ପିଲାଙ୍କ ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ ବୋଲି ଲଣ୍ଡନର ଗ୍ରେଟ୍ ଔରମଣ୍ଡ ଷ୍ଟ୍ରିଟ୍ ହସ୍ପିଟାଲରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ଏହାଦ୍ୱାରା ଶିଶୁଙ୍କ କଷ୍ଟ ଦୂର ହେବା ସହିତ ମସ୍ତିଷ୍କରେ ସୃଷ୍ଟି ହେଉଥିବା କେତେକ ଚାପ ମଧ୍ୟ ଦୂର ହୋଇଥାଏ। ଫଳରେ ଶିଶୁକୁ ଆରାମ ଲାଗେ ଏବଂ ସେ ଶୋଇ ପଡେ। ନାନା ବାୟା ଗୀତର ପ୍ରଭାବ ସମ୍ପର୍କରେ ଜାଣିବା ପାଇଁ ଗବେଷକ ୩ରୁ ୭ ବର୍ଷ ବୟସ୍କ ପିଲାଙ୍କ ଉପରେ ଅଧ୍ୟୟନ କରିଥିଲେ। ଜଣାପଡ଼ିଥିଲା ନାନା ବାୟା ଗୀତ ମାଧ୍ୟମରେ ପିଲାଟି ଏହାକୁ ଗାନ କରୁଥିବା ବ୍ୟକ୍ତିଙ୍କୁ ମନେ ରଖିବାର ପ୍ରୟାସ କରିଥାଏ। ସ୍ଥଳ ବିଶେଷରେ ମା’ ଏଭଳି କରୁଥିବାରୁ ପ୍ରଥମେ ଶିଶୁ ଭଲ ଭାବେ କଥା କହିବା ପୂର୍ବରୁ ମା’ ଡାକିବା ଆରମ୍ଭ କରେ ବୋଲି ଏହି ରିପୋର୍ଟରେ ପ୍ରକାଶ ପାଇଛି।