ଏଥର ମହିଳା ମାନଙ୍କୁ ଦେବାକୁ ପଡିବନି ଭର୍ଜିନିଟି ଟେଷ୍ଟ, ଏବେ ମହାରାଷ୍ଟ୍ରରେ କୌଣସି ମହିଳାଙ୍କୁ ଭର୍ଜିନିଟି ଟେଷ୍ଟ କରିବାକୁ ବାଧ୍ୟ କଲେ ଉକ୍ତ ବ୍ୟକ୍ତିକୁ ଭୋଗିବାକୁ ପଡିବ କଠୋର ଦଣ୍ଡ । ମହାରାଷ୍ଟ୍ରର କିଛି ସ୍ଥାନରେ ପରମ୍ପରା ଅଛି ବିବାହ ପୁର୍ବରୁ ଝିଅମାନଙ୍କର ଭର୍ଜିନିଟି ଟେଷ୍ଟ କରିବାକୁ ପଡିଥାଏ ଏବଂ ତାକୁ ପ୍ରମାଣ ଦେବାକୁ ପଡିଥାଏ ସେ କୁଆଁରୀ ବୋଲି ।
ଏନେଇ ଗୃହମନ୍ତ୍ରୀ ରଂଜିତ ପାଟିଲ କିଛି ସାମାଜିକ ସଂଗଠନ ସହ ସାକ୍ଷାତ କରିଥିଲେ ଏବଂ ନ୍ୟାୟ ବିଭାଗ ସହ ଆଲୋଚନା ପରେ ଏହାକୁ ନେଇ ନୋଟିସ ଜାରି କରାଯିବ , ଯେଉଁଥିରେ ଏହା ଏକ ଦଣ୍ଡନିୟ ଅପରାଧ ବୋଲି ଘୋଷଣା ହେବ । ଏହା ଦ୍ୱାରା ମହିଳାଙ୍କ ସମ୍ମାନ ହାନି ହୋଇଥାଏ । ତେବେ ଏହା ସମାଜ ପାଇଁ ଉଚିତ ନୁହେଁ ବୋଲି ଗୃହମନ୍ତ୍ରୀ ଘୋଷଣା କରିଛନ୍ତି ।
