Odia News Portal

ମନ୍ଦିର ପ୍ରସାଦରେ ନୁଡୁଲ୍ସ

ଭାରତରେ ଅନେକ ମନ୍ଦିରରେ ଭିନ୍ନ ଭିନ୍ନ ପ୍ରସାଦ ଭୋଗ ଲାଗି ହୁଏ। ପଶ୍ଚିମବଙ୍ଗରେ ଏମତି ଏକ ମନ୍ଦିର ରହିଛି ଯେଉଁ ଠାରେ ପ୍ରସାଦ ଭାବରେ ନୁଡୁଲ୍ସ ଭୋଗ ହୁଏ। ଏହା ଦେଶର ଏକମାତ୍ର ଚାଇନିଜ୍ କାଳୀ ମନ୍ଦିର ଭାବେ ମଧ୍ୟ ଜଣାଶୁଣା। ଏହି ମନ୍ଦିରକୁ ହିନ୍ଦୁଙ୍କ ସହ ବହୁ ସଂଖ୍ୟାରେ ଚାଇନିଜ୍ ଏବଂ ବୌଦ୍ଧ ଧର୍ମାବଲମ୍ବୀ ଆସିଥାନ୍ତି। ମାନ୍ୟତା ଅନୁସାରେ ୬୦ ବର୍ଷ ପୂର୍ବେ ଜଣେ ଭକ୍ତ ଦୁଇଟି କଳାପଥରରେ ସିନ୍ଦୂର ଲଗାଇ ଗଛ ତଳେ ରଖି ପୂଜାର୍ଚ୍ଚନା କରିଥିଲେ। ଏହାପରେ ଏଠାରେ କାଳୀଙ୍କ ମନ୍ଦିର ନିର୍ମାଣ କରାଯାଇଥିଲା।