Odia News Portal

ଏମିତି ପାଳନ ହେଉଛି ପଣା ସଂକ୍ରାନ୍ତି , ଜାଣିଲେ ଆଶ୍ଚର୍ଯ୍ୟ ହେବେ

କରୋନା ମୁକାବିଲା ପାଇଁ ଏକଜୁଟ ହୋଇଛି ସାରା ବିଶ୍ୱ । ଦେଶରେ ଲକ୍‌ଡାଉନ୍‌ ଚାଲିଛି । ଗାଁଠୁ ସହର ଯାଏଁ ସମସ୍ତେ ଏକ ହୋଇ ଏଇ ଲଢ଼େଇ ଲଢୁଛନ୍ତି । କେବଳ ଏତିକି ନୁହେଁ ଏଥିରେ ଭଗବାନ ବି ସାମିଲ ହୋଇଛନ୍ତି । ମନ୍ଦିରରେ ଭକ୍ତ ନାହାନ୍ତି । କେବଳ ଭଗବାନଙ୍କ ନିତିକାନ୍ତି ଚାଲିଛି । ନା ଏକାଠି କେହି ପଣା ପିଇବେ ନା ଆଲିଙ୍ଗନ କରି ପରସ୍ପରକୁ ନବବର୍ଷର ଶୁଭେଚ୍ଛା ଜଣାଇବେ । ସବୁଠି କେବଳ ଶୂନ୍ୟତା ଦେଖିବାକୁ ମିଳୁଛି ।

ପ୍ରତି ବର୍ଷ ରାଜଧାନୀରେ ଓଡ଼ିଆ ନବବର୍ଷ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଏ । ହେଲେ କରୋନା ନବବର୍ଷକୁ ପୂରା ଫିକା କରିଦେଇଛି। ହେଲେ ଲୋକେ ହ୍ୱାଟସ୍‌ଆପ୍‌ରୁ ଫେସ୍‌ବୁକ୍‌ ତଥା ଅନ୍ୟ ସୋସିଆଲ୍‌ ମିଡିଆରେ ପରସ୍ପରକୁ ନବବର୍ଷର ଶୁଭେଚ୍ଛା ଜଣାଉଛନ୍ତି ।