Odia News Portal

କାହିଁକି ଶ୍ରୀକୃଷ୍ଣ ତାଙ୍କ ମୁଣ୍ଡରେ ମୟୁର ପୁଛ ଲଗାନ୍ତି, ଜାଣନ୍ତୁ ପ୍ରକୃତ ରହସ୍ୟ

ଭୁବନେଶ୍ୱର() ମୟୁର ଆମର ଜାତୀୟ ପକ୍ଷୀ ଦେଖିବାକୁ ବି ଖୁବ୍ ସୁନ୍ଦର। ମୟୁର ବିଷୟରେ ସମସ୍ତେ ଜାଣନ୍ତି। ତେବେ ଏପରି କିଛି କଥା ଅଛି ଜାହା ଆପଣ ନିଜେ ବି ଜାଣି ନଥିବେ। ମୟୁର ଏକ ବ୍ରହ୍ମଚାରୀ ପକ୍ଷୀ। ଏଣୁ ଏହାର ପୁଛରେ ଭଗବାନ ଶ୍ରୀକୃଷ୍ଣଙ୍କର ମଧ୍ୟ ଶ୍ରଦ୍ଧା ରହିଛି। ଶ୍ରୀକୃଷ୍ଣ ତାଙ୍କ ମୁଣ୍ଡରେ ମୟୁର ଚନ୍ଦ୍ରିକା ଲଗାନ୍ତି। ଏହି କାରଣରୁ ମୟୁର ପୁଛାରେ ଠାକୁରଙ୍କୁ ବିଞ୍ଚା ଯାଏ। ସାଧୁ ସନ୍ଥ ମଧ୍ୟ ମୟୁରର ପୁଛ ବ୍ୟବାହର କରିଥାନ୍ତି।

ମୟୁର କେବେବି ଶାରୀରିକ ସମ୍ବଦ୍ଧ କରେନି। ଏଣୁ ଏହାକୁ ବ୍ରହ୍ମଚାରୀ ପକ୍ଷୀ କୁହାଯାଏ। ତେବେ ଶାରୀରିକ ସମ୍ପର୍କ ନଥାଇ ମୟୁର ବଂଶ କିପରି ବିସ୍ତାର ହୁଏ ? ଏହାହିଁ ହେଉଛି ସବୁଠୁ ବଡ ପ୍ରଶ୍ନ। ମୟୁର ଆଖିରୁ ଲୁହ ବୋହିଲେ ତାକୁ ମୟୁରୀ ଟୁଙ୍କିଖାଇଥାଏ। ଏଥିରୁ ସେ ଗର୍ଭବତୀ ହୋଇ ଅଣ୍ଡା ଦିଏ। ଯାହାକୁ ସେ ଅନ୍ୟ ପକ୍ଷୀଙ୍କ ଭଳି ଉଷୁମ କରି ଛୁଆ ଫୁଟାଏ। ତେବେ ମୟୁରଙ୍କ ଜୀବନଚର୍ୟ୍ୟାକୁ ନେଇ ଭାରତରେ ଲୋକଙ୍କର ଧାରଣାକୁ ଭୁଲ ବୋଲି କୁହନ୍ତି ପକ୍ଷୀ ବିଷାରଦ ବିକ୍ରମ ଗ୍ରେୱାଲ। ମୟୁର ପୁରୁଷ ପକ୍ଷୀକୁ ଇଂରାଜୀରେ ପିକକ୍ କୁହାଯାଏ। ସେହିପରି ମୟୁରୀକୁ ପିହେନ କୁହାଯାଇଥାଏ। ମୟୁରୀ ଅପେକ୍ଷା ମୟୁର ଅଧିକ ସୁ୍ନ୍ଦର ଓ ଉଜ୍ଜ୍ୱଳ। ମୟୁରର ପକ୍ଷ ଲମ୍ବା ହୋଇଥାଏ । ଏଣୁ ଅଧିକ ଦୂର ପର୍ୟ୍ୟନ୍ତ ଉଡିପାରେନା।ତେବେ ଅନ୍ୟ ପକ୍ଷୀଙ୍କ ଭଳି ମୟୁର-ମୟୁରୀଙ୍କ ଶାରୀରିକ ସମ୍ପର୍କ ହୋଇଥାଏ ବୋଲି କହିଛନ୍ତି ଗ୍ରେୱାଲ। ବର୍ଷର ନିର୍ଦ୍ଧିଷ୍ଟ ସମୟରେ ମୟୁରୀ ଅଣ୍ଡା ଦେବା ସହ ଶାବକ ଫୁଟେଇଥାଏ। ଯେଉଁଥିରୁ ସେମାନଙ୍କ ବଂଶ ବିସ୍ତାର ହେଉଛି।

ମୟୁର ଏକ ସର୍ବଭକ୍ଷ ପକ୍ଷୀ। ଏହା ହାନିକାରକ କୀଟପତଙ୍ଗଠାରୁ ଆରମ୍ଭ କରି ଫୁଲ, ମଞ୍ଜି, ଛୋଟ ଛୋଟ ସାପ,ଝିଟିପିଟି ଓ ଚମ୍ପେଇନାଳି ଆଦି ଖାଇଯାଇଥାଏ। ଏଣୁ ମୟୁରକୁ କୃଷକର ବନ୍ଧୁ ବୋଲି ମଧ୍ୟ କୁହାଯାଏ। ମୟୁର ସର୍ବାଧିକ ୨୦ ବର୍ଷ ପର୍ୟ୍ୟନ୍ତ ବଞ୍ଚିଥାଏ। ଏମାନେ ଗୋଷ୍ଠୀଗତ ଜୀବନ ବିତାଇବାକୁ ପସନ୍ଦ କରିଥା୍ନ୍ତି। ଗୋଟି ଗୋଟିଏ ଗୋଷ୍ଠୀରେ ୬ରୁ ୧୦ଟି ପର୍ୟ୍ୟନ୍ତ ମୟୁର ଓ ମୟୁରି ଥାନ୍ତି। ମୟୁର ଖୁସି ହେଲେ ନୃତ୍ୟ କରିଥାଏ।