Odia News Portal

ରାତିରେ ଜନ୍ମ ବ୍ୟକ୍ତିଙ୍କ ସ୍ୱଭାବ ଜାଣନ୍ତୁ

କୌଣସି ବ୍ୟକ୍ତିର ସ୍ୱଭାବ କିପରି ଏହା ବ୍ୟକ୍ତିର ଜନ୍ମ ସମୟ ଓ ମାସ ଉପରେ ନିର୍ଭର କରିଥାଏ । ମାସ ଓ ସମୟ ନେଇ ବ୍ୟନ୍ତି ଭିନ୍ନ ଭିନ୍ନ ସ୍ୱଭାବର ହୋଇଥାଏ । ଏହି ସ୍ୱଭାବ ବ୍ୟକ୍ତିର ଜୀବନ ଶୈଳୀ ଉପରେ ପ୍ରଭାବ ମଧ ପକାଇଥାଏ । ଶାସ୍ତ୍ର ଅନୁସାରେ ବ୍ୟକ୍ତିର ଜନ୍ମ ମାସ ଓ ସମୟ ଜାଣିଲେ ବ୍ୟକ୍ତିର ଭଲ ମନ୍ଦ ବିଷୟରେ ଜଣାପଡିଥାଏ । ତେବେ ଆମେ ଆଲୋଚନା କରୁଛେ ରାତିରେ ଜନ୍ମିତ ଲୋକର ସ୍ୱଭାବ ବିପରି ହୋଇଥାଏ ।
ଦାର୍ଶନିକ ଚିନ୍ତାଧାରା- ରାତିରେ ଜନ୍ମିତ ଲୋକ ଦିନରେ ଜନ୍ମ ହୋଇଥିବା ଲୋକଠାରୁ ଭିନ୍ନ ଚିନ୍ତାର ହୋଇଥାଏ । ଏହି ବ୍ୟକ୍ତି ସର୍ବଦା କିଛି ନା କିଛି ଚିନ୍ତା କରୁଥାନ୍ତି । ତାସହ ଏମାନେ ଯାଂଚ ପାରଖିବାର କ୍ଷମତା ରହିଥାଏ ।
କଳ୍ପନାବିଳାଶୀ- ଏହି ଲୋକ ଅଧିକ କଳ୍ପନାବିଳାଶୀ ହୋଇଥାନ୍ତି । କୌଶସି ଘଟଣା ନେଇ ଏମାନେ ଅଧିକ କଳ୍ପନା କରିଥାନ୍ତି ।
ପରିଶ୍ରମୀ – ରାତିରେ ଯେଉଁମାନେ ଜନ୍ମ ହୋଇଥାନ୍ତି ସେମାନେ ଅଧିକ ପରିଶ୍ରମୀ ମଧ୍ୟ ହୋଇଥାନ୍ତି । ଏମାନେ କାମ କରିବାକୁ ଭଲ ପାଇଥାନ୍ତି ।
ସଂଗୀତ ପ୍ରେମୀ – ରାତିରେ ଜନ୍ମିତ ଲୋକ ସଂଗୀତ ପ୍ରେମୀ ହୋଇଥାନ୍ତି । ସେମାନେ ଅବସର ସମୟରେ ଗୀତ ଶୁଣିବାକୁ ପସନ୍ଦ କରନ୍ତି ।
ଭଲ ସାଙ୍ଗ – ରାତିରେ ଜନ୍ମ ହୋଇଥିବା ବ୍ୟକ୍ତି ସଚୋଟ ହେବା ସହିତ ଭଲ ସମ୍ପର୍କ ରଖିବାକୁ ଭଲପାଇଥାନ୍ତି ।
ରୋମାଂଟିକ – ରାତିରେ ଜନ୍ମିତ ବ୍ୟକ୍ତି ରୋମାଂଟିକ ହୋଇଥାନ୍ତି । ଏବଂ ଏମାନେ ନିଜ ସାଥିଙ୍କ ସହ ବିଶ୍ୱାସୀ ହୋଇଥାନ୍ତି ।
ମା’ଙ୍କ ପ୍ରତି ଭଲପାଇବା – ରାତିରେ ଜନ୍ମ ହୋଇଥିବା ବ୍ୟକ୍ତି ନିଜ ମାତାଙ୍କ ପାଇଁ ସ୍ନେହ ଓ ଆଦର ରହିଥାଏ ।
କମ କଥା କହିଥାନ୍ତି – ରାତିରେ ଜନ୍ମ ହୋଇଥିବା ବ୍ୟନ୍ତି କମ କଥା ହୋଇଥାନ୍ତି ଏବଂ ଫାଇଦା କଥା ହୋଇଥାନ୍ତି ।