Odia News Portal

ମୂଳା ଖାଇବାର ଉପକାରୀତା

ମୂଳା ଏକ ସାମାନ୍ୟ ପରିବା ଓ ଏହା ସହଜ ଓ ଶସ୍ତାରେ ମଧ୍ୟ ମିଳିଥାଏ । ହେଲେ ଏହା ନିୟମିତ ସେବନ କରିବା ଦ୍ୱାରା ଆନେକ ରୋଗ ଭଲ ହୋଇଥାଏ । କ୍ୟାନ୍ସର, ଡାଇବେଟିଜ ଓ ଉଚ୍ଚ ରକ୍ତ ଚାପ ପରି ରୋଗ ଏହା ଦ୍ୱାରା ଭଲ ହୋଇଥାଏ ।
ମୂଳା ସାଧାରଣତଃ ଶୀତ ଋତୁରେ ମିଳିଥାଏ ।
ପ୍ରଚୁର ପୋଷକତତ୍ୱ ରହିଥାଏ
ମୂଳାରେ ପ୍ରଚୁର ପରିମାଣରେ ପୋଷକତତ୍ୱ ରହିଥାଏ । ଏହା ଶରୀର ରୁ ଅନେକ ରୋଗ ଦୂର କରିଥାଏ । ଏଥିରେ କ୍ୟାଲୋରୀ, ଫ୍ୟାଟ, କାର୍ବୋହାଇଡ୍ରେଡ, ଫାଇବର, ସୁଗାର, ପ୍ରୋଟିନ, ଭିଟାମିନ ଓ ଆଇରନ ରହିଥାଏ ।
ଡାଇବେଟିଜରୁ ରକ୍ଷା
ମୂଳାର ସେବନ ଦ୍ୱାରା ଆପଣଙ୍କର ଶରୀରରେ ସୁଗାରର ମାତ୍ରା ନିୟନ୍ତ୍ରଣ ହୋଇଥାଏ । ଏହାକୁ ନିୟମିତ ସେବନ କରିବା ଦ୍ୱାରା ବିଶେଷ ଉପକୃତ ହୋଇଥାଏ ।
ଥଣ୍ଡା-ଜ୍ୱର
ମୂଳା ଏକ ଥଣ୍ଡା ପରିବା ହେଲେ ଏହା ଥଣ୍ଡା-ଜ୍ୱର ଆଦିକୁ ଭଲ କରିଦେଇଥାଏ । ଏହାକୁ ନିୟମିତ ସେବନ କରିବା ଦ୍ୱାରା ଥଣ୍ଡା-ଜ୍ୱର ହୋଇନଥାଏ ।
ଜଣ୍ଡିସ ରୋଗ
ଯଦି ଆପଣ ଜଣ୍ଡିସ ରୋଗରେ ପୀଡିତ ଅଛନ୍ତି ତେବେ ନିୟମିତ ମୂଳା ସେବନ ଜଣ୍ଡିସ ରୋଗରୁ ମୁକ୍ତି ପାଇପାରିବେ । ଏହାକୁ ସଲାଟ ଭାବରେ ମଧ୍ୟ ଖାଇପାରିବେ ।
ପରିସ୍୍ରା ସମ୍ବନ୍ଧିତ ସମସ୍ୟା, ଆମ୍ବିଳା ହେକୁଡି, କ୍ୟାନ୍ସର ଆଦି ରୋଗରୁ ମଧ୍ୟ ଆପଣ ମୁକ୍ତି ପାଇପାରିବେ । ଏହା ସୁଆଦିଆ ନହେଲେବି ଶରୀର ପାଇଁ ଯଥେଷ୍ଟ ଉପକାରୀ ।