Odia News Portal

ଲାଲ ଲଙ୍କା ଖାଉଛନ୍ତି କି ? ପଡିବେ…

ଶରୀର ପାଇଁ କ୍ଷତିକାରକ ଲାଲ ଲଙ୍କା । ଲାଲ ଲଙ୍କା ଖାଇବା ଦ୍ବାରା ଆପଣଙ୍କ ମୁହଁ ପୋଡିଥାଏ। କିନ୍ତୁ ଆପଣ ଜାଣି ନାହାନ୍ତି ଲାଲ ଲଙ୍କା ସ୍ବାସ୍ଥ୍ୟ ପାଇଁ ବହୁତ ହାନିକାରକ ହୋଇଥାଏ। ଆଜି ଆମେ ଆପଣଙ୍କୁ ଏହା ଦ୍ବାରା ହେଉଥିବା ଅସୁବିଧା ସମ୍ପର୍କରେ ଜଣାଇବୁ।

ଲାଲ ଲଙ୍କା ଖାଇବା ଦ୍ବାରା ମୁହଁ ସମ୍ବନ୍ଧୀୟ ଅନେକ ଅସୁବିଧା ହୋଇପାରିବ। ଏହା ମୁହଁର ସ୍ବାଦକୁ ମଧ୍ୟ ଖରାପ କରିପାରେ।
ଲାଲ ଲଙ୍କା ଖାଇବା ଦ୍ବାରା କେବଳ ହାର୍ଟବର୍ଣ୍ଣ ହୋଇନଥାଏ ବରଂ ଏସିଡିଟି ମଧ୍ୟ ବଢ଼ାଇଥାଏ। ଏହା ସହିତ ପେଟର ଜଳା ପୋଡା ବଢ଼ିଯାଇଥାଏ।
ଲାଲ ଲଙ୍କା ଖାଇବା ଦ୍ବାରା ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ। ବହୁତ ଅଧିକ ଲାଲ ଲଙ୍କା ଖାଇବା ଦ୍ବାରା ଡାଇରିଆ ମଧ୍ୟ ହୋଇପାରେ।
ବହୁତ ଅଧିକ ଲାଲ ଲଙ୍କା ଖାଇବା ଦ୍ବାରା ଅସ୍ଥାମା ଭଳି ସମସ୍ୟା ମଧ୍ୟ ହୋଇପାରେ। ଯଦି ଆପଣଙ୍କୁ ଶ୍ବାସ ସମ୍ବନ୍ଧୀୟ କିଛି ସମସ୍ୟା ଅଛି ତେବେ ଲାଲ ଲଙ୍କା ଠାରୁ ଦୂରେଇ ରୁହନ୍ତୁ।
ବହୁତ ଅଧିକ ଲାଲ ଲଙ୍କା ଖାଇବା ଦ୍ବାରା ଗ୍ୟାଷ୍ଟ୍ରିକ ସମସ୍ୟା ଦେଖା ଦେଇଥାଏ।
ଲାଲ ଲଙ୍କାକୁ ଅଧିକ ଖାଇବା ଦ୍ବାରା ଟିସୁ ଫୁଲି ଯାଇପାରେ।
କ ରିସର୍ଚ୍ଚ ମାଧ୍ୟମରେ ଏହା ପ୍ରମାଣ ହୋଇଛିଯେ ତିନି ପାଉଣ୍ଡ ଲଙ୍କା ଯଦି ଏକା ସାଙ୍ଗରେ ଖିଆଯାଏ ତେବେ ମ୍ରୁତ୍ୟୁ ମଧ୍ୟ ଆସିପାରେ।
ଗର୍ଭାବସ୍ଥାରେ ବହୁତ ଅଧିକ ଲାଲ ଲଙ୍କା ଖାଇବା ଦ୍ବାରା ସମୟ ପୂର୍ବରୁ ପିଲା ଜନ୍ମ ହେବାର ଭୟ ରହିଥାଏ।
ଖାଦ୍ୟ ପ୍ରସ୍ତୁତ ସମୟରେ ଯଦି ଆଖିରେ ଲଙ୍କା ପଡିଯାଏ,ତେବେ ବହୁତ କଷ୍ଟ ହୋଇଥାଏ।