ଶିରଡି: ଶିରିଡିର ସାଇ ପ୍ରତିଷ୍ଠାନ ଏଣିକି ସାଇ ଭକ୍ତଙ୍କ ପାଇଁ ଆହୁରି ଅଧିକ ସୁବିଧା ଉପଲବ୍ଧ କରିଛି । ଶ୍ରୀ ସାଇ ପ୍ରତିଷ୍ଠାନର ଆପ ମାଧ୍ୟମରେ ସାଇ ଦର୍ଶନ ଏବଂ ଆରତୀ ଟିକେଟ ତଥା ରୁମ ବୁକିଙ୍ଗ କରାଯାଇ ପାରିବ । ଜାନୁଆରୀ ୨୬ରୁ ଶିରଡି ସାଇ ପ୍ରତିଷ୍ଠାନ ଆପରେ ସାଇ ଦର୍ଶନ ବୁକିଙ୍ଗ ସେବା ଆରମ୍ଭ କରାଯାଇଛି । ଏହା ପୂର୍ବରୁ ଶ୍ରୀ ଶିରିଡି ସାଇବାବା ପ୍ରତିଷ୍ଠାନ ଆପରେ କେବଳ ସାଇବାବାଙ୍କ ଅନଲାଇନ ଦର୍ଶନ ସେବା ଉପଲବ୍ଧ ହେଉଥିଲା । ଏବେ ସାଇ ଦର୍ଶନ ଏବଂ ସାଇ ଆରତୀ ପାଇଁ ଟିକେଟ ଆପ ମାଧ୍ୟମରେ ବୁକିଂ କରିହେବ ।
ଆଗାମୀ ୨ ଦିନ ମଧ୍ୟରେ ଏହି ସେବା କାର୍ଯ୍ୟକ୍ଷମ ହୋଇଯିବ ବୋଲି ସଂସ୍ଥା ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି । ଦିନକୁ ଦିନ ଶିରିଡିକୁ ଅଧିକ ସଂଖ୍ୟାରେ ଭକ୍ତ ଆସୁଛନ୍ତି ଏବଂ ପ୍ରବଳ ଭିଡ଼ ଏବଂ ଭକ୍ତଙ୍କ ସୁବିଧା ଦୃଷ୍ଟିରୁ ଏହି ସେବା ଆରମ୍ଭ କରାଯାଇଛି । ଗତ ବର୍ଷ ଶିରିଡି ବିମାନ ବନ୍ଦରକୁ ଆସିଥିବା ଭକ୍ତଙ୍କ ପାଇଁ ବିଆଇପି ଟିକେଟ ବୁକିଂ ବ୍ୟବସ୍ଥା ଶିରିଡି ଏୟାରପୋର୍ଟରେ ଆରମ୍ଭ କରାଯାଇଥିଲା । ବର୍ଷ ସାରା ରେଳ ମାଧ୍ୟମରେ ଶିରଡିକୁ ୩୫ ଲକ୍ଷ ଭକ୍ତ ଆସିଥାନ୍ତି । ରେଳବାଇ ମଧ୍ୟ ଆଇଆରସିଟିସିର ରେଳ ଟିକେଟ ମାଧ୍ୟମରେ ସାଇଦର୍ଶନ ଟିକେଟ ସେବା ଆରମ୍ଭ ହୋଇଛି ।
ସାଇବାବା ପ୍ରତିଷ୍ଠାନ ଶିରିଡିର ମୁଖ୍ୟ ନିର୍ବାହୀ ଅଧିକାରୀ ରୁବଲ ଅଗ୍ରୱାଲ କହିଛନ୍ତି, ଶ୍ରୀ ସାଇବାବା ପ୍ରତିଷ୍ଠାନ ଟ୍ରଷ୍ଟ ଶିରଡି ଆପ ମାଧ୍ୟମରେ ଭକ୍ତଙ୍କୁ ଅଧିକ ସୁବିଧା ଦେଇଛି । ଏହା ଦ୍ୱାରା ଭକ୍ତମାନେ ସହଜରେ ଟିକେଟ ବୁକିଂ କରିବା ସହିତ ସାଇବାବାଙ୍କ ଦର୍ଶନ, ଆରତୀ ଏବଂ ରୁମ ବୁକିଂ କରିପାରିବେ ।