Odia News Portal

ସକାଳୁ ପିଅନ୍ତୁ ଲୁଣ ପାଣି, କମିଯିବ ପେଟର ଚର୍ବି

ଚର୍ବି କମାଇବା ପାଇଁ କେତେ କଣ ଉପାୟ ଆପଣମାନେ କାର୍ୟ୍ୟରେ ଲଗାଉଥିବେ । ହେଲେ କଣ ଆପଣ ଜାଣନ୍ତି ଏମିତି ଏକ ସହଜ ଉପାୟ ଯାହାକୁ ଉପଯୋଗ କରି ଆପଣ ନିଜର ପେଟରେ ଥିବା ଚର୍ବିକୁ କମାଇପାରିବେ। ସକାଳୁ ଏକ ଗିଲାସ ସାଧା ପାଣିରେ ସ୍ବାଦ ଅନୁସାରେ ଲୁଣ ମିଶାଇକି ପିଅନ୍ତୁ । ଦେଖିବେ କିପରି ଭାବେ ଆପଣଙ୍କ ପେଟରେ ପରିବର୍ତ୍ତନ ଆସୁଛି ।

-ଫାଇଦା କଥା କହିଲେ ଲୁଣ ଏବଂ ପାଣି ପିଇବା ଦ୍ବାରା ପାଚନ ପ୍ରକ୍ରିୟା ଠିକ୍ ଭାବେ ହୋଇଥାଏ । ଏହି ପାଣିକୁ ପିଇବା ଦ୍ବାରା ଖାଦ୍ୟ ଶିଘ୍ର ହଜମ ହେବା ସହ ଲିଭର ଏବଂ ଇନଟେଷ୍ଟାଇନ୍ ଠିକ୍ ଭାବେ କାର୍ୟ୍ୟ କରିବାରେ ସାହାର୍ୟ୍ୟ କରିଥାଏ ।

-ଲୁଣ ପାଣିରେ ଅଧିକ ପରିମାଣରେ ମିନେରାଲସ୍ ମାତ୍ରା ରହିଥିବା ହେତୁ ଏହା ଆଣ୍ଟିବ୍ୟାକ୍ଟେରିଆ ପରି କାମ କରିଥାଏ । ଶରୀରରେ ହାନିକାରକ ବ୍ୟାକ୍ଟେରିଆକୁ ବିନାସ କରିବା ସହିତ ଶରୀରକୁ ଡେଟକ୍ସ କରିଥାଏ ।

-ଯଦି ନିଦ ନହେବାର ସମସ୍ୟାରେ ଆପଣ ଅଛନ୍ତି ତେବେ ପ୍ରତିଦିନ ଲୁଣ ପାଣି ପିଇବା ଉଚିତ୍ । ଲୁଣ ଆଡ୍ରେନାଲାଇନ୍ ଏବଂ କରଟିସୋଲ୍ କମାଇଥାଏ ଯାହାଦ୍ବାରା ରାତିରେ ଭଲ ନିଦ ହୋଇଥାଏ ।

-କଳା ଲୁଣର ପାଣି ପିଇବା ଦ୍ବାରା ନା କେବଳ ଶରୀର ତାସହିତ ତ୍ବଚାର ସମ୍ବନ୍ଧୀୟ ସମସ୍ତ ସମସ୍ୟା ମଧ୍ୟ ଦୂର ହୋଇଥାଏ । ଏହା ତ୍ବଚାକୁ ବ୍ରଣ ଏବଂ କୁଞ୍ଚନରୁ ରକ୍ଷା କରିଥାଏ । ଏହା ପାଚନ ଶକ୍ତିକୁ ତ୍ବରାନ୍ବିତ କରିବା ସହିତ ପୋଷଣ ଦେଇଥାଏ ଯାହା ମୋଟା ନହେବା ପାଇଁ ସାହାର୍ୟ୍ୟ କରିଥାଏ । ଏହା ଶରୀରର ସବୁ କୋଷିକା ପର୍ୟ୍ୟନ୍ତ ପୋଷଣ ପହଁଚାଇବା ସହିତ ଚର୍ବି କମ୍ କରିବାରେ ସାହାର୍ୟ୍ୟ କରିଥାଏ ।