ମାଂସ ଖାଇବା ପାଇଁ ଆମକୁ ପ୍ରତିବର୍ଷ ଲକ୍ଷ ଲକ୍ଷ ପଶୁଙ୍କୁ ହତ୍ୟା କରିବାକୁ ପଡୁଛି । ଯଦି ମାଂସ ପାଇଁ ଏହିମାତ୍ରାରେ ପଶୁ ମାନଙ୍କୁ ହତ୍ୟା କରାଯାଏ ତାହେଲେ ୨୦୫୦ ମସିହା ବେଳକୁ ଆମେ ଆଉ ମାଂସର ଆବଶ୍ୟକତାକୁ ପୁରଣ କରିପାରିବା ନାହିଁ । ଆସୁଥିବା ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଆଇଆଇଟି ଗୌହାଟୀର କିଛି ଗବେଷକମାନେ ବୈଜ୍ଞାନିକ ପରୀକ୍ଷାଗାରରେ କୃତ୍ରିମ ମାଂସ ପ୍ରସ୍ତୁତ କରିଛନ୍ତି ।ବାୟୋମ୍ୟାଟେରିଆଲସ ଏବଂ ଟିସୁ ଇଂଜିନିୟରିଂ ଲ୍ୟାବ୍ରୋଟୋରୀର ବୈଜ୍ଞାନିକମାନେ ମାଂସକୁ ଭିନ୍ନ ଉପାୟରେ ଉତ୍ପାଦନ କରିବା ପାଇଁ ନୂଆ ଟେକନିକ ଆରମ୍ଭ କରିଛନ୍ତି । ତାଙ୍କର ଏପରି କରିବା ପଛରେ ଉଦ୍ଦେଶ୍ୟ ହେଲା ପର୍ୟ୍ୟାବରଣ ଏବଂ ପଶୁ ମାନଙ୍କୁ ଜୀବିତ ରଖିବା ।
ଏହାକୁ ପ୍ରସ୍ତୁତ କରିଥିବା ଗବେଷକ ମାନଙ୍କ କହିବା ଅନୁଯାୟୀ ମାଂସ ତିଆରି କରିବାର ଏହି ତରିକା ସମ୍ପୂର୍ଣ ଭାବେ ପ୍ରାକୃତିକ ଅଟେ । ଆଇଆଇଟି ଗୌହାଟୀର ଡଃ ବି.ବି. ମଣ୍ଡଳଙ୍କ କହିବା ଅନୁଯାୟୀ “ଏହି ମାଂସର ସ୍ୱାଦ ପୁରା କଞ୍ଚା ମାଂସ ଭଳି ରହିବ ଏବଂ ଏହାକୁ ଖାଉଥିବା ଲୋକମାନଙ୍କୁ ଏଥିରୁ ଜରୁରୀ ପୋଷାକ ତତ୍ତ୍ୱ ମଧ୍ୟ ମିଳିବ” ।