Odia News Portal

କାହିଁକି କ୍ଷୀରରେ ହିଁ କରାଯାଏ ଶିବଙ୍କ ଅଭିଷେକ, ଜାଣନ୍ତୁ ପ୍ରକୃତ କାରଣ

ଶ୍ରଦ୍ଧାଳୁମାନେ ପ୍ରାତଃରୁ କ୍ଷୀର, ବେଲପତ୍ର, ଫୁଲ, କଦଳୀ ଏବଂ ଅନ୍ୟାନ୍ୟ ପୂଜା ସାମଗ୍ରୀ ନେଇ ଶିବଙ୍କୁ ଆରାଧନା କରିଥାନ୍ତି । ବିଶେଷକରି କ୍ଷୀର, ଦହି, ମହୁ ଆଦିରେ ଶିବଙ୍କୁ ଅଭିଷେକ କରାଯାଇଥାଏ। ଏହା ପଛରେ ଧାର୍ମିକ ବିଶ୍ୱାସ ରହିଛି।

କୁହାଯାଏ ସମୁଦ୍ର ମନ୍ଥନ ସମୟରେ ଯେତେବେଳେ ବିଷ ବାହାରିଥିଲା ତାହାକୁ ଭଗବାନ ଶିବ ପାନ କରିଥିଲେ। ଫଳରେ ତାଙ୍କ କଣ୍ଠ ନୀଳ ପଡ଼ିଯାଇଥିଲା। ବିଷର ପ୍ରଭାବ କମ୍ କରିବା ଲାଗି ସମସ୍ତ ଦେବତା ଶିବଙ୍କୁ ଥଣ୍ଡା କ୍ଷୀର ପିଇବାକୁ କହିଥିଲେ। ଶେଷରେ ବିଷର ପ୍ରଭାବ କମ୍ ହୋଇଥିଲା। ସେବେଠାରୁ ଶିବଙ୍କୁ କ୍ଷୀର, ଦହି, ମହୁ ଆଦିରେ ଅଭିଷେକ କରାଯାଉଛି। ଏହାଛଡ଼ା ହିନ୍ଦୁଧର୍ମରେ କ୍ଷୀର, ଦହି, ମହୁ, ଘିଅ, ଗୁଡ଼ ଆଦି ପଞ୍ଚାମୃତ ସମର୍ପଣ କରିବାର ପରମ୍ପରା ରହିଛି। ଏଥିରେ ଶିବ ସନ୍ତୁଷ୍ଟ ହୁଅନ୍ତି।