ବ୍ରହ୍ମବରଦା() ସୁଦସା ବ୍ରତରେ ପରଟା ମଧ୍ୟରେ ଜଗନ୍ନାଥ ଆବିର୍ଭାବ ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ସୂଚନା ଅନୁସାରେ, ରସୁଲପୁର ବ୍ଲକ୍ ଅନ୍ତର୍ଗତ ବନ୍ଦଡିହ ପଞ୍ଚାୟତର ଭଗବଗୀପୁର ଗ୍ରାମରେ ଏହି ଘଟଣାଟି ଘଟିଛି । ପରଟା ତିଆରି କରୁଥିବା ସମୟରେ ପରଟାକୁ ନେଉଟାଇଥିବା ବେଳେ ପରଟା ମଧ୍ୟରେ ଜଗନ୍ନାଥ ଆବିର୍ଭାବ ହୋଇଥିଲେ । ସବିତା ଦାସଙ୍କୁ ପଚାରିବାରୁ ପରଟା ତିଆରି କରି ତାଉଆରେ ଘିଅରେ ଭାଜିବା ସମୟରେ ଓଲଟାଇବାରୁ ଜଗନ୍ନାଥଙ୍କୁ ଦେଖିବାକୁ ପାଇଥିଲେ । ଏହାପରେ ଶହ ଶହ ଦର୍ଶକ ଶ୍ରୀମତୀ ସବିତା ଦାସଙ୍କ ବାସଭବନରେ ପହଁଞ୍ଚô ଜଗନ୍ନାଥଙ୍କୁ ଦେଖିବାକୁ ପାଇଥିଲେ । ଜଗନ୍ନାଥଙ୍କୁ ଦେଖିବାପାଇଁ ତାଙ୍କ ଘରକୁ ଭକ୍ତ ମାନଙ୍କ ସୁଅ ଛୁଟୁଚି ।
