Odia News Portal

ସ୍ୱୟଂ ଈଶ୍ୱର ବାସ କରନ୍ତି ଅଶ୍ୱସ୍ଥ ଗଛରେ ହେଲେ ଘରେ ଥିଲେ କାହିଁକି ଅଶୁଭ କୁହାଯାଏ ? ଜାଣନ୍ତୁ …

ଭୁବନେଶ୍ୱର() ପୁରାଣରେ ଅଶ୍ୱସ୍ଥକୁ ଦିବ୍ୟ ବୃକ୍ଷ ବୋଲି କୁହାଯାଇଛି । ବୃକ୍ଷମାନଙ୍କ ମଧ୍ୟରେ ଏହା ପବିତ୍ର । ଏହି ବୃକ୍ଷର ସ୍ୱୟଂ ଈଶ୍ୱର ବାସ କରନ୍ତି ବୋଲି କୁହାଯାଏ । ସେଥିପାଇଁ ଏହି ବୃକ୍ଷକୁ ପୂଜା କରାଯାଇଥାଏ । ତଥାପି ଅଶ୍ୱସ୍ଥ ଗଛ ଘରେ ଥିଲେ ଅଶୁଭ ବୋଲି କୁହାଯାଏ ।

ଅଶ୍ୱସ୍ଥ ଗଛ ଶୀତଲତା ପ୍ରଦାନ କରିଥାଏ । କିନ୍ତୁ ଯଦି ଘରେ ଏହି ଗଛ ବାହାରେ ତାହେଲେ ନିର୍ଜନତା ଉତ୍ପର୍ଣ୍ଣ ହୋଇଥାଏ । ଏହା ପଛରେ ଏକ ବୈଜ୍ଞନିକ କାରଣ ମଧ୍ୟ ରହିଛି । ଅକ୍ସିଜେନ ପ୍ରଦାନ କରୁଥିବା ଗଛମାନଙ୍କ ମଧ୍ୟରେ ଅଶ୍ୱସ୍ଥ ସବୁଠାରୁ ଆଗରେ ରହିଛି । କିନ୍ତୁ ଦିନକୁ ଦୁଇ ଘଣ୍ଟା ଏହା ସବୁଠାରୁ ଅଧିକ କାର୍ବନ ଡାଇଅକ୍ସାଇଡ ତ୍ୟାଗ କରିଥାଏ ଯାହା ମନୁଷ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ । ଘରେ ଅଶ୍ୱସ୍ଥ ଗଛର ଛାଇ ପଡିଲେ ପରିବାର ସଦସ୍ୟଙ୍କ ଉନ୍ନତି ହୋଇନଥାଏ ଏବଂ ଆର୍ଥିକ ସଙ୍କଟ ମଧ୍ୟ ଦେଖା ଦେଇଥାଏ । ସେଥିପାଇଁ ପୁରାଣରେ ମଧ୍ୟ କୁହାଯାଇଛି ଯେ କେବଳ ସକାଳ ଏବଂ ମଧ୍ୟାହ୍ନ ସମୟରେ ଏହି ବୃକ୍ଷ ନିକଟକୁ ଯିବା ଉଚିତ । ଜ୍ୟୋତିଷଶାସ୍ତ୍ରରେ ମଧ୍ୟ ଘରେ ଅଶ୍ୱସ୍ଥ ଗଛ ରହିବା ଅଶୁଭ କୁହାଯାଇଛି । କେବଳ ସେତିକି ନୁହେଁ ଯଦି କାହା ଘରେ ଅଶ୍ୱସ୍ଥ ଗଛର ଛାଇ ବି ପଡେ ତାହେଲେ ସେହି ସ୍ଥାନ ନିର୍ଜନ ରହିଥାଏ । ସେଥିପାଇଁ ଘରୁ ଅଶ୍ୱସ୍ଥ ଗଛ ବାହାର କରିଦେବା ଉଚିତ ହୋଇଥାଏ ।