Odia News Portal

ସ୍କୁଲ ବସ ହଳଦିଆ ରଙ୍ଗର କାହିଁକି ହୋଇଥାଏ?, ଜାଣନ୍ତୁ ଆଶ୍ଚର୍ୟ୍ୟଜନକ ରହସ୍ୟ

ବସ ତ ଆପଣ ବିଭିନ୍ନ ପ୍ରକାରର ବିଭିନ୍ନ ରଙ୍ଗର ଦେଖିଥିବେ। ହେଲେ ଆପଣ ଗୋଟେ କଥା ନିଶ୍ଚିତ ଲକ୍ଷ୍ୟ କରିଥିବେ ଯେ ସାଧାରଣ ବସ୍ ତ ଭିନ୍ନ ଭିନ୍ନ ରଙ୍ଗର ହୋଇଥାଏ ହେଲେ ସମସ୍ତ ସ୍କୁଲର ବସ ମାନଙ୍କ ରଙ୍ଗର ଗୋଟେ ରଙ୍ଗର ମାନେ ହଳଦିଆ ହିଁ କଣ ପାଇଁ ହୋଇଥାଏ। ଅଧିକାଂଶ ଲୋକ ଜାଣି ନଥିବେ ଏହା ପଛର କାରଣ। ଆସନ୍ତୁ ଜାଣିବା …

ଏହା ପଛରେ ରହିଛି ଅନେକ ବୈଜ୍ଞାନିକ କାରଣ। ଆପଣ ଲକ୍ଷ୍ୟ କରିବେ ରାସ୍ତାରେ ଅନ୍ୟ ରଙ୍ଗ ବସ ଅପେକ୍ଷା ହଳଦିଆ ରଙ୍ଗର ବସ ୧.୨୪ ଗୁଣ ବା ପାଖାପାଖି ଦେଢ଼ ଗୁଣା ଅଧିକ ଉଜ୍ଜଳ ଦେଖାଯାଏ। କେବଳ ଆମ ଦେଶ ଭାରତରେ ନୁହେଁ ଆମେରିକାରେ ମଧ୍ୟ ସ୍କୁଲ ବସ ଗୁଡିକ ହଳଦିଆ ରଙ୍ଗର ଦେଖିବାକୁ ମିଳେ।

ସ୍କୁଲ ବସ ସହିତ ରାସ୍ତାର ଟ୍ରାଫିକ ଲାଇଟ ଓ ଟ୍ରାଫିକ ସାଙ୍କେତିକ ବୋର୍ଡ଼ରେ ମଧ୍ୟ ହଳଦିଆ ରଙ୍ଗ ଦେଖିବାକୁ ମିଳେ। ଘନ କୁହୁଡ଼ି ହେଉ କିମ୍ବା ଅନେକ ରଙ୍ଗ ଭିତରେ ଏହି ହଳଦିଆ ରଙ୍ଗ ଉଜ୍ଜଳ ଭାବେ ଦେଖାଯାଏ ଓ ଉତ୍ତମ ସୁରକ୍ଷା ମିଳେ। ଏହା ସହ ରାସ୍ତା କଡ଼ରେ ମଧ୍ୟ ହଳଦିଆ ରଙ୍ଗର ବ୍ୟବହାର ହୋଇଥାଏ ଯାହା ଦ୍ଵାରା ଦୂରରୁ ମଧ୍ୟ ଦେଖାଯାଇଥାଏ।