ହିନ୍ଦୁ ଧର୍ମ ଅନୁସାରେ ବିବାହ ଏକ ପବିତ୍ର ବନ୍ଧନ । ଏହି ଧର୍ମରେ ବିବାହ ସମୟରେ ଏବଂ ପରେ ଅନେକ କଥା ଆଜି ବି ପ୍ରଚଳିତ ହେଉଛି । ଏହା ମଧ୍ୟରେ ଗୋଟିଏ ହେଲା ଚତୁର୍ଥୀ ରାତିରେ ଏକ ଗ୍ଲାସ କ୍ଷୀର ନବଦମ୍ପତିଙ୍କୁ ଦିଆଯିବା । ହେଲେ ଏହି କ୍ଷୀର ଗ୍ଲାସ କାହିଁକି ଦିଆଯାଇଥାଏ ତାହା ଆପଣ ଜାଣିନଥିବେ । ତେବେ ଆସନ୍ତୁ ଜାଣିବା …
ହିନ୍ଦୁ ଧର୍ମ ଅନୁସାରେ ବିବାହ ହେଉଛି ଦୁଇଟି ଆତ୍ମାର ମିଳନ । ଏହି ରାତିରେ ଦୁଇଟି ଶରୀର ଗୋଟିଏ ହୋଇଥାନ୍ତି । ଆଉ ଏହି ରାତିରେ କ୍ଷୀର ଏବଂ ଗୋଲମରିତ ମିଶାଇ ପିଇବା ଦ୍ୱାରା ବର ଓ କନ୍ୟାଙ୍କ ଶରୀରରେ ଶକ୍ତି ଆସିଥାଏ । ଆଉ କ୍ଷୀରରେ ଅଧିକ ପରିମାଣର ପ୍ରୋଟିନ ରହିଥାଏ । ଯାହାଦ୍ୱାରା ସେମାନେ ପ୍ରଥମ ରାତିକୁ ଭଲ ଭାବେ ଉପଭୋଗ କରିପାରିବେ ।