Odia News Portal

ବାମ ହାତରେ କାହିଁକି ପିନ୍ଧନ୍ତି ଘଣ୍ଟା, ଜାଣନ୍ତୁ

ବ୍ୟସ୍ତ ବହୁଳ ଜୀବନରେ ସମୟର ଜ୍ଞାନ ରହିବା ଆବଶ୍ୟକ ରହିଛି। ସମୟ ଜାଣିବା ପାଇଁ ବାମ ହାତରେ ଘଣ୍ଟା ପିନ୍ଧି ଥାନ୍ତି। ବେଳେ ବେଳେ ମନକୁ ପ୍ରଶ୍ନ ଆସେ କାହିଁକି ବାମ ହାତରେ ଘଣ୍ଟା ବନ୍ଧା ଯାଏ। ତେବେ ଆସନ୍ତୁ ଜାଣିବା …

ପ୍ରଥମରୁ କିଛି ଲୋକ କଡ଼ିଲଗା ଘଣ୍ଟାକୁ ବାମ ହାତରେ ବାନ୍ଧିବା ଆରମ୍ଭ କରିଦେଲେ । ଏହା ପରଠାରୁ ଧୀରେ ଧୀରେ ସମସ୍ତେ ବାମ ହାତରେ ଘଣ୍ଟା ପିନ୍ଧିଲେ। ସାଧାରଣତଃ ଡାହାଣ ହାତରେ ଘଣ୍ଟା ପନ୍ଧିବା ଦ୍ବାରା ଆପଣ କରୁଥିବା କାର୍ୟ୍ୟରେ ବାଧା ସୃଷ୍ଟି ହୋଇଥାଏ। ତେଣୁ ଲୋକମାନେ ସମୟ ଜାଣିବା ଲାଗି ବାମ ହାତରେ ଘଣ୍ଟା ପିନ୍ଧିଥାନ୍ତି।

ଏହା ବ୍ୟତୀତ ଆଗକାଳରେ ଥିବା ଘଣ୍ଟା ଏବେ ପିନ୍ଧା ଯାଉଥିବା ଘଣ୍ଟାଠାରୁ ଅଧିକ ଓଜନ ଥିଲା। ଯାହାଫଳରେ ଡାହଣ ହାତରେ ପିନ୍ଧି ସହଜରେ କୌଣସି କାମ କରି ହେଉ ନଥିଲା। ତେଣୁ ଏହାର ବିକଳ୍ପ ପାଇଁ କିଛି ଲୋକ ବାମ ହାତରେ ଘଣ୍ଟା ପିନ୍ଧିବା ଆରମ୍ଭ କରିଥିଲେ।