ବର୍ତ୍ତମାନ ସମୟରେ ଘରଠାରୁ ଆରମ୍ଭ କରି ଅଫିସ ଆଦିରେ Windows 7 ର ବ୍ୟବହାର କରାଯାଉଛି । ଏହାର ଅପରେଟିଙ୍ଗ ଅନ୍ୟ ସମସ୍ତ ଅପେକ୍ଷା ସରଳ ହୋଇଥିବାରୁ ଏହାକୁ ବ୍ୟବହାର କରିବାକୁ ଅଧିକାଂଶ ଲୋକ ପସନ୍ଦ କରିଥାନ୍ତି ।ଏହାବାଦ ମାଇକ୍ରୋସଫ୍ଟ କମ୍ପାନୀ ନିଜ ୟୁଜର୍ସ ମାନଙ୍କୁ ସୁବିଧା ଦେବା ପାଇଁ କେତେକ ସରଳ ଫିଚର୍ସ ମାନଙ୍କର ଉପଲବ୍ଧ ମଧ୍ୟ କରାଇଛି । କିନ୍ତୁ ସୂଚନା ମୁତାବକ ଆସନ୍ତା ଜାନୁଆରୀ ୧୪ ତାରିଖରୁ କମ୍ପାନୀ ନିଜର Windows 7 ସୁବିଧା କୁ ବନ୍ଦ କରିବାକୁ ଯାଉଛି । ୟୁଜର୍ସ ମାନଙ୍କୁ ଏନେଇ କୌଣସି ଅପଡେଟ ମଧ୍ୟ ମିଳିବ ନାହିଁ । କେବଳ ନୋଟିଫିକେସନ ମାଧ୍ୟମରେ ହିଁ କମ୍ପାନୀ ତରଫରୁ ସୂଚନା ମିଳୁଛି । ମାଇକ୍ରୋସଫଟ ୨୦୦୯ ମସିହାରେ ହିଁ ଏହି ଅପରେଟିଙ୍ଗ ସିଷ୍ଟମର ଆରମ୍ଭ କରିଥିଲା ।
ଏବେ ଆସନ୍ତୁ ଜାଣିବା ଵିନ୍ଦୋବ୍ସ ୭ ବନ୍ଦ ହେବା ନେଇ ଉଠୁଥିବା କେତେକ ପ୍ରଶ୍ନର ଉତ୍ତର …
୧.ଯଦିବା ମାଇକ୍ରୋସଫଟ କମ୍ପାନୀ Windows 7 ର ସପୋର୍ଟ ଦେବା ବନ୍ଦ କରିଦେବ, ୟୁଜର୍ସ ମାନେ ଏହା ପରେ ବି ଅତି ସହଜରେ ଏହି ସିଷ୍ଟମର ବ୍ୟବହାର କରିପାରିବେ । କିନ୍ତୁ ୟୁଜର୍ସ ମାନଙ୍କୁ ଏଥିନେଇ କୌଣସି ପ୍ରକାରର ସିକ୍ୟୁରିଟି ଅପଡେଟ ମିଳିବ ନାହିଁ ।
୨. ବିଶ୍ଵବ୍ୟାପୀ ଯେଉଁମାନେ Windows 7ର ବ୍ୟବହାର କରୁଛନ୍ତି ସେମାନେ ନିଜ ନିଜ ସିଷ୍ଟମ ରେ Windows 10କୁ ଅପଡେଟ କରାଇନେବା ଆବଶ୍ୟକ ।
Windows 10 ପାଇଁ ଆବଶ୍ୟକ ହେଉଥିବା ପ୍ରୋସେସର
– Windows 10 କୁ ଅପଗ୍ରେଡ଼ କରାଇବା ପାଇଁ ଆପଣଙ୍କ ପିସି କିମ୍ବା ଲ୍ୟାପଟପର ପ୍ରୋସେସର ସ୍ପିଡ଼ ଅତିକମରେ ଏକ ଗିଗା ବାଇଟ ହର୍ଜ ହେବା ଆବଶ୍ୟକ ।
– Windows 10 ପାଇଁ ଅତି କମରେ ଆପଣଙ୍କ ପିସି ବା ଲ୍ୟାପଟପରେ ଦୁଇ ଯିବି ରାମ ସହ ୩୨ ଯିବିର ଷ୍ଟୋରେଜ ସୁବିଧା ରହିବା ନିହାତି ଦରକାର ।
ସବୁଠୁ ଜରୁରୀ କଥା ହେଉଛି ଏଣିକି ଆପଣଙ୍କ Windows 7 କୁ ଅପଗ୍ରେଡ଼ କରିବା ପାଇଁ ଆପଣଙ୍କୁ ୯,୨୯୯ ଟଙ୍କା ଦେବାକୁ ପଡିବ । ପୂର୍ବରୁ ଏଥିନିମନ୍ତେ କମ୍ପାନୀ ତରଫରୁ ମାଗଣା ସୁବିଧା ରଖାଯାଇଥିଲେ ମଧ୍ୟ ଏବେ ତାହା ଉପଲବ୍ଧ ନାହିଁ । ଆଉ ଲାଇସେନ୍ସ ବୈଧତା ମାତ୍ର ଗୋଟିଏ କମ୍ପୁଟର ପାଇଁ ହିଁ ହେବ ।