Odia News Portal

ଜାଣନ୍ତୁ କାହିଁକି ଚାଇନା ଯୁବତୀଙ୍କୁ ପସନ୍ଦ କରିନ୍ତି ଭାରତୀୟ ଯୁବକ …

ନୂଆଦିଲ୍ଲୀ() ଅଧିକାଂଶ ସମୟରେ ଦେଖାଯାଇଥାଏ କେତେଜଣ ଭାରତୀୟ ଯୁବକ ଚାଇନା ଯିବତୀଙ୍କୁ ବିବାହ କରିବାକୁ ବେଶି ପସନ୍ଦ କରିଥାନ୍ତି । ଏହା ପଛରେ କାରଣ ମଧ୍ୟ ରହିଛି । ଭାରତର ଛାତ୍ରଛାତ୍ରୀମାନେ ପଡୋଶୀ ଦେଶ ଚାଇନାକୁ ଉଚ୍ଚଶିକ୍ଷା ପାଇଁ ଯାଇଥାନ୍ତି । ବିଶେଷଭାବେ ମେଡିକାଲ ଓ ଉଞ୍ଜିନିୟରିଂ ପଢିବାକୁ ପିଲାମାନେ ସେଠାରେ ବର୍ଷ ବର୍ଷ ରହି ଯାଇଥାନ୍ତି । ଆଉ ଏହି ସମୟରେ ସେଠାକାର ଯୁବତୀଙ୍କ ସହ ସେମାନଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥାଏ । ଯାହା ପରବର୍ତ୍ତୀ ସମୟରେ ବିବାହର ରୂପ ନେଇଥାଏ । ହେଲେ ଏହି ବିବାହରେ ଚାଇନା ଯୁବତୀମାନେ ଏକ ସର୍ତ୍ତ ରଖିଥାଆନ୍ତି ବୋଲି କୁହାଯାଏ । ଏମାନେ କେବେ ଭାରତ ଆସିବାକୁ ରାଜି ହୋଇ ନଥାନ୍ତି । ତେଣୁ ଭାରତୀୟ ଯୁବକଙ୍କୁ ବିବାହ ପରେ ଚାଇନାରେ ହିଁ ରହିବାକୁ ସେମାନଙ୍କୁ ପଡିଥାଏ । ହେଲେ ସେଠାରେ ତାଙ୍କୁ ଚାଇନାର ନାଗରିକତା ମିଳି ନଥାଏ । କେବଳ ଚାଇନାରେ ରହିବାକୁ ଅନୁମତି ମିଳିଥାଏ ବୋଲି କୁହାଯାଏ । ଏପରିସ୍ଥଳେ ଉଭୟେ ଚାଇନା ଓ ଭାରତୀୟ ପରମ୍ପରା ଅନୁଯାୟୀ ବିବାହ କରିଥାନ୍ତି । ହେଲେ ଖୁବଶୀଘ୍ର ଏମାନଙ୍କର ବିବାହ ବିଚ୍ଛେଦ ହୋଇଯାଇଥାଏ ।