ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇଡ଼କୋ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ନବମ ଅଣୁ, କ୍ଷୁଦ୍ର , ମଧ୍ୟମ ଉଦ୍ୟୋଗୀ ବାଣିଜ୍ୟ ମେଳାକୁ ଭର୍ଚୁଆଲ୍ ଭାବେ ଉଦଘାଟନ କରିଛନ୍ତି । ଏହି ଅବସରରେ ସେ ମିଶନ ଶକ୍ତି ଓ ମହିଳା ଉଦ୍ୟୋଗୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବାରୁ ସନ୍ତୋଷ ବ୍ୟକ୍ତ କରି ମେଳାରେ ଅଂଶଗ୍ରହଣ କରିଥିବା 320ଟିି ଏମ୍ଏସ୍ଏମ୍ଇ ଓ 60ଟି ଷ୍ଟାର୍ଟ ଅପକୁ ସ୍ୱାଗତ ଜଣାଇଥିଲେ ।
ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଯୋଗେ’ଇ ଶକ୍ତି, ଶିଳ୍ପ, ଏମ୍ଏସ୍ଏମ୍ଇ, ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର ଏମ୍ଏସ୍ଏମ୍ଇରେ ପଯର୍ୟାପ୍ତ ନିଯୁକ୍ତି ସୁଯୋଗ ଥିବା ହେତୁ ଏହି ଦିଗରେ ଅଧିକରୁ ଅଧିକ ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି କହିଥିଲେ । ଏହି ମେଳାରେ ଉଦ୍ୟୋଗ ନିମନ୍ତେ ଆଲୋଚନା ଚକ୍ର, ସଂପାନ, ସମସ୍ୟା ସମାଧାନ ଶିବିର, ନୂତନ ସୁଯୋଗ ସୃଷ୍ଟି ତଥା ଉଦ୍ୟୋଗୀ ଓ ଅଧିକାରୀମାନଙ୍କ ମଧ୍ୟରେ ମତବିନିମୟର ସୁଯୋଗ ସୃଷ୍ଟି କରାଯିବା ପାଇଁ ବ୍ୟବସ୍ଥା କରାଯାଇଥିବା ସେ ଦର୍ଶାଇଥିଲେ । ବିଶେଷ ଭାବେ ଓଡ଼ିଶାରେ ରହିଥିବା ସମ୍ବଳର ଯଥାଯଥ ଉପଯୋଗ କରି ତାକୁ କିପରି ବିଶ୍ୱବଜାରରେ ପହଞ୍ଚାଯାଇ ପରିବ ସେଥିନେଇ ଉଦମ ଜାରି ରଖତ୍ଥିବା ସେ ସୂଚନା ଦେଇଥିଲେ ।ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସରକାର ଏହି କ୍ଷେତ୍ରକୁ ଅଧିକ ପ୍ରାଧାନ୍ୟ ଦେଉଥିବା ’ର୍ଶାଇ ଆମେ କୋଭିଡ୍ ମହାମାରୀ ସତ୍ତ୍ବେ 30 ପ୍ରତିଶତ ଅଭିବୃଞ୍ଚି ହାସଲ କରିପାରିଛୁ ବୋଲି କହିଥିଲେ । ସେ ରାଜ୍ୟ ସରକାର ଲ୍ୟାଣ୍ଡ ବ୍ୟାଙ୍କରେ ଏଥିପାଇଁ ପର୍ଯ୍ୟାପ୍ତ ଜମି ଗଚ୍ଛିତ ରଖତ୍ଥିବା, ସିଙ୍ଗଲ ଓ୍ୱିଣ୍ଡୋ କାର୍ଯ୍ୟକାରୀ କରିବା ଓ ଜିଲ୍ଲାସ୍ତରରେ ଜିଲ୍ଲାପାଳମାନେ ଏଥିପ୍ରତି ଯତ୍ନବାନ ହେବାକୁ କଡ଼ା ନିର୍ଦେଶ ଦିଆଯାଇଥିବା ଦର୍ଶାଇଥିଲେ । ପ୍ରାର‘ରେ ମେଳା ସଂପର୍କରେ ସୂଚନା ଦେଇ ବିଭାଗୀୟ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ଅଳ୍ପ ସମୟ ମଧ୍ୟରେ ଆମେ ଏହାକୁ ଆୟୋଜନ କରିଥିବାରୁ ଏଥର ବାହାର ଦେ ଶରୁ ଉଦ୍ୟୋଗଙ୍କୁ ଏହି ମେଳାରେ ସାମିଲ କରାଯାଇ ପାରି ନଥିବା କହିଥିଲେ । ତେବେ ମେଳାରେ ପ୍ରତିଟି ଦିଗ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି । ବିଶେଷ ଭାବେ ଏମ୍ଏସ୍ଏମଇ କ୍ଷେତ୍ରରେ ଅଭିଜ୍ଞତା ଥିବା ବିଶେଷଜ୍ଞମାନଙ୍କୁ ପ୍ରତିଦିନ ମେଳା ପରିସରରେ ହେବାକୁ ଥିବା ସେମିନାରକୁ ଡକା ଯାଇ ଭାବବିନିମୟ କରାଯିବ ବୋଲି ସେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରୁ ଖଦୀ ଓ ଗ୍ରାମୋେଦ୍ୟୋଗ ବୋର୍ଡର ଅଧ୍ୟକ୍ଷ ଗ୍ରାମ କେଶରୀ ପାଇକରାୟ ରାଜ୍ୟ ସରକାର ଏହି ବିଭାଗର ବାର୍ଷିକ ବଜେଟକୁ ଇତି ମଧ୍ୟରେ ଦୁଇଗୁଣା କରିଥିବାରୁ ଏହାର ଗୁରୁତ୍ୱ ଯଥେଷ୍ଟ ବୃଞ୍ଚି ପାଇଥିବା କହିଥିଲେ ।
ଏହି ମେଳାରେ ପ୍ରତି ହ୍ୟାଙ୍ଗରରେ 60ଟି ହିସାବରେ 5ଟି ହ୍ୟାଙ୍ଗରରେ ପ୍ରାୟ 320ଟି ଷ୍ଟଲ ଖୋଲାଯାଇଛି । ଗୋଟିଏ ହ୍ୟାଙ୍ଗର ସ୍ବତନ୍ତ୍ର ଭାବେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ଏବଂ ମିଶନ ଶକ୍ତିର ଉଦ୍ୟୋଗୀଙ୍କ ନିମନ୍ତେ ରଖାଯାଇଛି । ବୃହତ୍ ଶିଳ୍ପାନୁଷ୍ଠାନ ମଧ୍ୟରେ ନାଲକୋ ମହାନଦୀ କୋଲ୍ ଫିଲଡସ୍, ପାରାଦୀପ ରିଫେରିନାରୀ ରହିଥିବାବେଳେ ବିଭିନ୍ନ ବ୍ୟାଙ୍କ, ଶିଳ୍ପ ତାଲିମ କେନ୍ଦ୍ର, କଟକ, ଆଇଆଇଟି-ଭୁବନେଶ୍ୱର ଏବଂ ମୋ ସ୍କୁଲ, କୟେର ବୋର୍ଡ, ଓସିସିସିଏଲ୍, ଓଆର୍ଟିଏସ୍ଏସ୍ ପ୍ରଭୃତି ସଂସ୍ଥା ଅଂଶଗ୍ରହଣ କରିଛନ୍ତି ।
ଏହି ମେଳାର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମା, ଶିଳ୍ପ ନିର୍ଦେଶକ ଶ୍ରୀ ଜି. ରେଘୁ, ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ଅଧ୍ୟକ୍ଷ ଚିନ୍ମୟ କୁମାର ସାହୁ ପ୍ରମୁଖ ମଂଚାସୀନ ଥିଲେ ।