Odia News Portal

ଆଜିଠାରୁ ଯୁକ୍ତ ଦୁଇ ନାମଲେଖା ପାଇଁ ଅନ୍‌ଲାଇନରେ ଆବେଦନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ବର : ଆଜିଠାରୁ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ। ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ନାମଲେଖା ପାଇଁ ଆଜିଠାରୁ ଆବେଦନ କରିପାରିବେ ଛାତ୍ରଛାତ୍ରୀ। ଆଜି ଦିନ ୧୧ଟାରୁ ଛାତ୍ରଛାତ୍ରୀମାନେ www.samsodisha.gov.in ରେ କମନ ଆପ୍ଲିକେଶନ ଫର୍ମ ଜରିଆରେ ଅନ୍‌ଲାଇନ୍‌ ଆବେଦନ କରିପାରିବେ।

ତେବେ ଏଥର ଅନ୍‌ଲାଇନ୍‌ ଆବେଦନ କରିବା ପରେ ଆଉ ଛାତ୍ରଛାତ୍ରୀଙ୍କୁ ଫର୍ମର ହାର୍ଡକପି ଦାଖଲ କରିବାକୁ ପଡ଼ିବ ନାହିଁ। ସେପ୍ଟେମ୍ବର ୪ ତାରିଖ ଆବେଦନର ଶେଷ ତାରିଖ ରହିଥିବା ବେଳେ ସେପ୍ଟେମ୍ବର ୯ ତାରିଖରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ। ସେପ୍ଟେମ୍ବର ୧୧ରୁ ୧୮ ମଧ୍ୟରେ ପ୍ରଥମ ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କ ନାମଲେଖା ଅନୁଷ୍ଟିତ ହେବ।