Odia News Portal

ନିଲମ୍ବିତ ହେଲେ ୪ ଡ଼ାକ୍ତର

୪ ଜଣ ଡ଼ାକ୍ତରଙ୍କୁ ନିଲମ୍ବିତ କଲେ ରାଜ୍ୟ ସରକାର । ସ୍ୱାସ୍ଥ୍ୟ ବିଭାଗର ପଦସ୍ଥ ଅଧିକାରୀମାନେ ‘ଫୋନି’ ବାତ୍ୟା ପରବର୍ତି ସ୍ୱାସ୍ଥ୍ୟସେବା କାର୍ୟ୍ୟ ତଦାରଖ କରିବାକୁ ପରିଦର୍ଶନରେ ଯାଇଥିବା ବେଳେ ଏହି ଡାକ୍ତରମାନେ କାର୍ୟ୍ୟକ୍ଷେତ୍ରରେ ଅନୁପସ୍ଥିତ ଥିଲେ । ବାତ୍ୟା ପ୍ରଭାବିତ ଅଂଚଳରେ ମହାମାରୀ ନବ୍ୟାପିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ସବୁମନ୍ତେ ଉଦ୍ୟମ ଜାରି ରଖିଥିବା ବେଳେ ଏହି ଡାକ୍ତରମାନେ କାର୍ୟ୍ୟକ୍ଷେତ୍ରରେ ଅନୁପସ୍ଥିତ ରହିବା ଓ ଅବହେଳା ପ୍ରଦର୍ଶନ କରୁଥିବା ଦୃଷ୍ଟିକୁ ଆସିଥିଲା ।

ସେମାନେ ହେଲେ ଚିଲିକା-ନୂଆପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଜାହାନା ପରବିନ୍ ଓ ଡାକ୍ତର ଜାକେଶ୍ ସାମନ୍ତରାୟ , ବ୍ରହ୍ମଗିରି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର(ନୂତନ)ର ଡାକ୍ତର ବାପୁଜୀ ନାୟକ , ରେବଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଜସ୍ମିନ୍ ନୀଳିମା ପଣ୍ଡାଙ୍କ ଭଳି ୪ ଜଣ ଡାକ୍ତର (ସହକାରୀ ସର୍ଜନ)ଙ୍କୁ ରାଜ୍ୟ ସରକାର ନିଲମ୍ବନ କରିଛନ୍ତି ।