Odia News Portal

ବିଧାୟକଙ୍କୁ ୬ ମାସ ଜେଲ

ବ୍ୟକ୍ତିଙ୍କୁ ମାଡ଼ ମାରିବା ଘଟଣାରେ ଆମ୍ ଆଦ୍ମୀ ପାର୍ଟି(ଆପ୍) ବିଧାୟକ ସୋମ ଦତ୍ତଙ୍କୁ ୬ ମାସ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି ଦିଲ୍ଲୀର ଏକ କୋର୍ଟ । ଏଥିସହ ତାଙ୍କୁ ୨ ଲକ୍ଷ ଟଙ୍କା ଫାଇନ ଦେବାକୁ ମଧ୍ୟ କହିଛନ୍ତି।

ମୁଖ୍ୟ ମେଟ୍ରୋପଲିଟାଣ୍ଡ ମାଜିଷ୍ଟ୍ରେଟ ସମର ବିଶାଲ ଜୁନ୍ ୨୯ରେ ସୋମଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ହେଲେ ଦଣ୍ଡକୁ ଚ୍ୟାଲେଞ୍ଜ କରିବା ପାଇଁ ତାଙ୍କୁ ଜାମିନ ଦେଇଥିଲେ। ୨୦୧୫ରେ ସୋମ ଦତ୍ତ ତାଙ୍କ ସମର୍ଥକଙ୍କ ସହ ମିଶି ସଞ୍ଜୀବ ରାଣା ନାମକ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରିଥିଲେ।