Odia News Portal

ଅଜଣା ଗାଡି ଧକ୍କାରେ ଗୋଟିଏ ପରିବାରର ୩ ମୃତ

ମୟୁରଭଂଜ ଜିଲ୍ଲା ବେତନଟି ଥାନା ଅନ୍ତର୍ଗତ ୧୮ନଂ ଜାତୀୟ ରାଜପଥର ବଙ୍ଗଳା ଥାନା ଛକ ନିକଟରେ ଏକ ଅଜଣା ଗାଡି ଧକ୍କାରେ ଗୋଟିଏ ପରିବାରର ତିନି ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଜଣେ ଗୁରୁତର ଅବସ୍ଥାରେ ଚିକିସ୍ôା ପାଇଁ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି । ଗୋଟିଏ ପରିବାରର ବାପା ମା’ ଓ ଦୁଇ ଝିଅ ବାଇକରେ ଯାଉଥିବା ବେଳେ ଏକ ଅଜଣା ଟ୍ରାକ୍ଟର ତାଙ୍କ ଉପରେ ମାଡିଯିବା ଫଳରେ ଘଟଣା ସ୍ଥଳରେ ବାପା, ମା’ ଓ ସାନ ଝିଅର ମୃତ୍ୟୁ ଘଟିଛି । ବଡ ଝିଅ ଗୁରୁତର ଅବସ୍ଥାରେ ଡାକ୍ତରଖାନା ଭର୍ତି ହୋଇଛି ।