ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଘାଟିରେ ଏକ ଦୁର୍ଘଟଣା ଘଟିଛି। ଏକ କାର୍ ଉପରେ ଏକ ମାଲ୍ ବୋଝେଇ ଟ୍ରକ୍ ଓଲଟି ପଡ଼ିଛି।
କାର୍ଟି ପୂରା ଚେପା ହୋଇଯାଇଛି। ତା’ଭିତରେ କେହି ଯାତ୍ରୀ ଅଛନ୍ତି କି ନାହିଁ ସ୍ପଷ୍ଟ ହୋଇପାରି ନାହିଁ।
ଖବର ଲେଖାଯିବା ସୁଦ୍ଧା ଘଟଣାସ୍ଥଳରେ ପୁଲିସ୍ କିମ୍ବା କୌଣସି ଉଦ୍ଧାରକାରୀ ଟିମ୍ ପହଞ୍ଚି ନାହିଁ।
ଏ ଦୁର୍ଘଟଣା କେମିତି ଘଟିଲା ତାହା ବି ସ୍ପଷ୍ଟ ହୋଇନାହିଁ। ତେବେ ଦୁର୍ଘଟଣାସ୍ଥଳର ଦୃଶ୍ୟ ଦେଖିଲେ ଏହା ସ୍ପଷ୍ଟ ହେଉଛି ଯେ କାର୍ ଓ ଟ୍ରକ୍ ବିପରୀତ ଦିଗରୁ ଆସିଥିଲେ।
ଟ୍ରକ୍ଟିରେ ପିଆଜ ଭର୍ତ୍ତି ବସ୍ତା ଲୋଡ୍ ହୋଇଛି। ଦୁର୍ଘଟଣାଗ୍ରସ୍ତ କାରର ନମ୍ବର ହେଉଛି- ଏମ୍ଏଚ୍ ୧୨ କେଏନ୍ ୯୦୪୪।
ସବିଶେଷ ସୂଚନାକୁ ଅପେକ୍ଷା କରାଯାଇଛି।