Odia News Portal

ଓଡିଶାରେ ନବୀନ

ଭୁବନେଶ୍ୱର: ଓଡିଶାରେ ପୁଣି ବିଜେଡି ସରକାର ଗଢିବ। ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ ନବୀନ ପଟ୍ଟନାୟକ। ତେବେ ୨୦୧୪ ତୁଳନାରେ ଭୋଟହାର କମିଯିବ। ୨୦୧୪ରେ ଦଳ ୪୫ ପ୍ରତିଶତ ଭୋଟ ପାଇଥିବା ବେଳେ୨୦୧୯ରେ ଏହି ହାର ୪୪ ପ୍ରତିଶତ ରହିବ ବୋଲି ଇଣ୍ଡିଆ ଟିଭି ଓ ସିଏନଏକ୍ସ ଦ୍ଵାରା ହୋଇଥିବା ପବ୍ଳିକ ପୋଲରୁ ଜଣାପଡିଛି। ତେବେ ୪ ଟି ଲୋକସଭା ସିଟ ଦଳ ହରାଇବ। ଏହି ୪ ସିଟ ବିଜେପି ଖାତାକୁ ଯିବ। ମୋଟ ୨୧ ସିଟ ମଧ୍ୟରୁ ବିଜେପି ୫, ବିଜେଡି ୧୬ , କଂଗ୍ରେସ ୦ ସିଟ ପାଇବ ବୋଲି ପୋଲରୁ ଜଣାପଡିଛି।
ତେବେ ବିଜେପି ର ଭୋଟ ହାର ବଢିବ। ବିଜେପି ୨୦୧୪ରେ ୨୨ ପ୍ରତିଶତ ଭୋଟ ପାଇଥିବା ବେଳେ୨୦୧୯ରେ ଏହା ୨୯ ପ୍ରତିଶତ କୁ ବୄଦ୍ଧି ହେବ। କଂଗ୍ରେସର ଭୋଟ ହାର ୨୬ରୁ ୨୨ ପ୍ରତିଶତ କୁ ହ୍ରାସ ପାଇବ।
ତେବେ ରାହୁଲ ଗାନ୍ଧୀ ଙ୍କ ଅପେକ୍ଷା ନରେନ୍ଦ୍ର ମୋଦିଙ୍କୁ ୪୨ ପ୍ରତିଶତ ଭୋଟର ପ୍ରଧାନମନ୍ତ୍ରୀ ଭାବେ ଦେଖି ବାକୁ ଚାହଁଛନ୍ତି। ରାହୁଲ ଗାନ୍ଧୀ ଙ୍କୁ ୧୯ ପ୍ରତିଶତ ଭୋଟର ପ୍ରଧାନମନ୍ତ୍ରୀ ଭାବେ ଚାହୁଁଛନ୍ତି।