Odia News Portal

ହସ୍ପିଟାଲରେ ଅମିତ ଶାହ

ଆଜି ଦିନିକିଆ ଗସ୍ତରେ ଗୁଜରାଟରେ ରହିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ସେ ତାଙ୍କ ବ୍ୟକ୍ତିଗତ କାମରେ ଗୁଜରାଟଯାଇଛନ୍ତି ବୋଲି ଜଣାପଡିଛି ।ଆଜି ସକାଳେ ଅହମଦାବଦରେ ଥିବା କେଡି ହସ୍ପିଟାଲରେ ଭର୍ତ୍ତି ହୋଇ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇଛନ୍ତି। ଏ ନେଇ ଗୁଜରାଟ ବିଜେପିର ମୁଖପାତ୍ର ଭରତ ପାଣ୍ଡ୍ୟା ସୂଚନା ଦେଇଛନ୍ତି।ଅମିତ ଶାହଙ୍କ ସ୍ୱାସ୍ଥ୍ୟଗତ ବାବଦରେ ସମ୍ପୂର୍ଣ୍ଣ ରିପୋର୍ଟ ପ୍ରକାଶ କରିବାକୁ କେଡି ହସ୍ପିଟାଲ କତ୍ତୃପକ୍ଷ ମନା କରିଦେଇଥିଲେ। ତେବେ ଅମିତ ଶାହା କେଉଁ କାରଣ ପାଇଁ ହସ୍ପିଟାଲ ଯାଇଥିଲେ ସେ ସମ୍ପର୍କରେ କିଛି ଜଣାପଡିନାହିଁ ।