ପୁଣେ : ପୁଣି ଥରେ ଫାଇନାଲ ଘାଟି ଡେଇଁବା ସ୍ଥିତିରେ ଭାରତ । ଟି-୨୦ ଭଳି ଦିନିକିଆରେ ଉଭୟ ଦଳ ସମାନ ମ୍ୟାଚ୍ ଜିଣିଛନ୍ତି । ଫଳରେ ଅନ୍ତିମ ମ୍ୟାଚ ସୁପର ଫାଇନାଲ ସଦୃଶ ହୋଇଛି । ସୁପରସଣ୍ଡେରେ ସୁପର ଫାଇଟ୍ କରିବାକୁ ଉଭୟ ଦଳ ପ୍ରସ୍ତୁତ ଅଛନ୍ତି । ଦ୍ୱିତୀୟ ମ୍ୟାଚର ପରାଜୟକୁ ଭୁଲି କୋହଲି ବାହିନୀ ପୁଣିଥରେ ଦମ୍ ଲଗାଇବେ । ସେହିପରି ଭ୍ରମଣକାରୀ ଇଂଲଣ୍ଡ ଦ୍ୱିତୀୟ ମ୍ୟାଚରେ ସମୁଧର ପ୍ରତିଶୋଧକୁ ଆଉ ପାଦେ ଆଗକୁ ନେଇ ଟେଷ୍ଟ ଓ ଟି-୨୦ର ବଦ୍ଲା ନେଇ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବାକୁ ଚାହିଁବ । ସେହିପରି ଭାରତ ଆସନ୍ତାକାଲି ମ୍ୟାଚ ଜିଣିଲେ ସିରିଜ୍ କ୍ଲିନସୁଇପ୍ କରିବାର ଗୌରବ ହାସଲ କରିବ ।

ଭାରତୀୟ ଦଳ ଚୂଡାନ୍ତ ଏକାଦଶରେ ପରିବର୍ତ୍ତନ କରି ହୋଲି ଅବସରରେ ଦେଶବାସୀଙ୍କୁ ବିଜୟ ଭେଟି ଦେବା ଲକ୍ଷ୍ୟ ନେଇ ପଡିଅ ।କୁ ଓହ୍ଲାଇବ । ଅଧିନାୟକ ବିରାଟ କୋହଲି, ଲୋକେଶ ରାହୁଲ ଭଲ ଫର୍ମରେ ଅଛନ୍ତି । ତେବେ ରୋହିତ ଶର୍ମାଙ୍କ ନିକଟରୁ ବଡ ଇନିଂସ ଆଶା କରୁଛି ଦଳ । ଧାୱନ ପ୍ରଥମ ମ୍ୟାଚରେ ଶତକରୁ ବଂଚିତ ହୋଇଥିବାବେଳେ ଦ୍ୱିତୀୟ ମ୍ୟାଚରେ ବଡ ସ୍କୋର କରିପାରିନଥିଲେ । ସେହିପରି ପୂର୍ବରୁ ଦଳକୁ ପ୍ରଥମେ ନିଜର ବୋଲିଂ ଲାଇନ୍ ଅପକୁ ସଜାଡିବାକୁ ପଡିବ । କାରଣ ବ୍ୟାଟିଂ ଉପଯୋଗୀ ପିଚରେ ଇଂଲଣ୍ଡ ଗତ ମ୍ୟାଚରେ ୩୩୭ ରନର ବିଜୟ ଲକ୍ଷ୍ୟକୁ ଅତି ସହଜତାର ସହ ହାସଲ କରି ନେଇଥିଲା । ଖରାପ ଫର୍ମ ଦେଇ ଗତି କରୁଥିବା କୁଲଦୀପ ଯାଦବ ଓ କୃଣାଲ ପାଣ୍ଡ୍ୟାଙ୍କ ବୋଲିଂ ବିଫଳତା ଇଂଲଣ୍ଡର କାମକୁ ସହଜ କରି ଦେଇଥିଲା । ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ରବୀନ୍ଦ୍ର ଜାଡେଜାଙ୍କ ଅନୁପସ୍ଥିତି ଖୁବ୍ ବାରି ହୋଇ ପଡିଛି । ଜୋନି ବେୟାରଷ୍ଟୋ ଓ ବେନ ଷ୍ଟୋକ୍ସ ଭାରତୀୟ ସ୍ପିନରଙ୍କୁ ନିର୍ଧୁମ ପ୍ରହାର କରି ରନ ବର୍ଷା କରିଛନ୍ତି । ବୋଲିଂରେ କୁଲଦୀପ ୮ ଛକା ଖାଇଛନ୍ତି । ସେ ଦ୍ୱିତୀୟ ମ୍ୟାଚରେ ୮୪ ଏବଂ ପ୍ରଥମ ମ୍ୟାଚରେ ୬୪ ରନ ଦେଇଥିଲେ । କୃଣାଲ ପାଣ୍ଡ୍ୟା ୬ ଓଭରରେ ୧୨ ହାରରେ ୭୨ ରନ ଦେଇଥିଲେ । ତେଣୁ ନିର୍ଣ୍ଣାୟକ ମୁକାବିଲାରେ ଉଭୟ ବୋଲରଙ୍କ ସ୍ଥାନରେ ୟୁଜବେନ୍ଦ୍ର ଚହଲ ଓ ୱାଶିଂଟନ ସୁନ୍ଦରଙ୍କୁ ଦଳରେ ସାମିଲ କରାଯାଇପାରେ । ଚହଲ ମଧ୍ୟ ଭଲ ଫର୍ମରେ ନାହାନ୍ତି । କିନ୍ତୁ କୋହଲିଙ୍କ ପାଖରେ ଅ ।ଉ କୌଣସି ବିକଳ୍ପ ମଧ୍ୟ ନାହିଁ ।
ଦ୍ରୁତ ବୋଲିଂରେ ଭୁବନେଶ୍ୱର କୁମାରଙ୍କ ସହିତ ୟର୍କର ବିଶେଷଜ୍ଞ ଟି ନଟରାଜନଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରାଯାଇପାରେ । ଶାର୍ଦ୍ଦୁଳ ଠାକୁର ଫର୍ମରେ ଥିଲେ ମଧ୍ୟ ତାଙ୍କୁ ବିଶ୍ରାମ ଦିଅ ।ଯାଇ ତାଙ୍କ ସ୍ଥାନରେ ମହମ୍ମଦ ସିରାଜ କିମ୍ବା ପ୍ରସିଦ୍ଧ କୃଷ୍ଣାଙ୍କୁ ଖେଳାଯାଇପାରେ ।

ଅନ୍ୟପଟେ ଇଂଲଣ୍ଡ ଫର୍ମକୁ ଫେରିବା ଭାରତ ପାଇଁ ମୁସ୍କିଲ ପରିସ୍ଥିତି ସୃଷ୍ଟି କରିଛି । ଭାରତୀୟ ବ୍ୟାଟସମ୍ୟାନ ଅ ।ଶାନୁରୂପ ପ୍ରଦର୍ଶନ କରିଥିବା ବେଳେ ବୋଲର ସିରିଜରେ ଏ ପର୍ଯ୍ୟନ୍ତ ନିରାଶଜନକ ପ୍ରଦର୍ଶନ କରିଛନ୍ତି । ପ୍ରଥମ ମୁକାବିଲାରେ ଭାରତ ଜିତିଥିଲେ ମଧ୍ୟ ଦଳର ବୋଲିଂ ଲାଇନ୍ ଅପ୍ ପ୍ରଭାବହୀନ ରହିଛି । ଓପନର ଜାସନ ରୟ ଓ ବେୟାରଷ୍ଟୋଙ୍କ ଫର୍ମ ଭାରତୀୟ ବୋଲରଙ୍କୁ ପ୍ରଭାବହୀନ କରିଛି । ତେଣୁ ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କୁ ଆରମ୍ଭରୁ ଆଉଟ୍ କଲେ ଭାରତକୁ ସଫଳତା ମିଳିପାରିବ ।
ଭାରତର ସମ୍ଭାବିତ ଏକାଦଶ
ବିରାଟ କୋହଲି(ଅଧିନାୟକ), ରୋହିତ ଶର୍ମା(ଉପ ଅଧିନାୟକ), ଶିଖର ଧାୱନ, ହାର୍ଦ୍ଦିକ ପାଣ୍ଡ୍ୟା, ଋଷଭ ପନ୍ତ(ଓ୍ିକେଟ୍ କିପର), କେଏଲ ରାହୁଲ, ୟୁଜବେନ୍ଦ୍ର ଚହଲ, ୱାଶିଂଟନ ସୁନ୍ଦର, ଟି ନଟରାଜନ, ଭୁବନେଶ୍ର କୁମାର, ପ୍ରସିଦ୍ଧ କ୍ରିଷ୍ଣା ।