Odia News Portal

ବିଜେଡି ପ୍ରାର୍ଥୀଙ୍କୁ ଧମକ ଦେଇ ଜଣେ ଗିରଫ

ଅଭିନେତା ତଥା ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତିଙ୍କୁ ଧମକ ଅଭିଯୋଗରେ ଜଣେ ଲୋକ ଗିରଫ ହୋଇଥିବା ଜଣାଯାଇଛି। ଅଭିଯୁକ୍ତଜଣକ କଟକର ଝାଂଜିରିମଙ୍ଗଳାରେ ଏକ ଭଡ଼ା ଘରେ ରହି ମିସ୍ତ୍ରୀ କାମ କରୁଥିଲା ବୋଲି କୁହାଯାଉଛି। ଅଭିଯୁକ୍ତକୁ ଗୁଜୁରାଟରୁ ସ୍ପେଶାଲ ସ୍କ୍ୱାଡ୍ ପୁଲିସ୍ ଗିରଫ କରିଥିବା ଜଣାଯାଇଛି।

ସୂଚନା ଯୋଗ୍ୟ ୧୦ ଲକ୍ଷ ଟଙ୍କା ମାଗିବା ସହ ହତ୍ୟା ଧମକ ବୋଲି ଅନୁଭବ ମହାନ୍ତି ପୁରୀଘାଟ ଥାନାରେ ଅଭିଯୋଗ କରିଥିଲେ । ଅନୁଭବ ଗତ ୨୦୧୪ ମସିହାରୁ ରାଜ୍ୟସଭା ସାଂସଦ ଅଛନ୍ତି। ସେ ଆଇ ଲଭ ୟୁ ସିନେମାରୁ ଆରମ୍ଭ କରି ପ୍ରେମ କୁମାର ଯାଏଁ ବହୁ ଓଡ଼ିଆ ସିନେମାରେ ଅଭିନୟ କରିଛନ୍ତି। ସେ ବିଜେପିର ହେଭିୱେଟ ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ବିପକ୍ଷରେ ନିର୍ବାଚନ ଲଢ଼ିଛନ୍ତି।