ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ସଦର ଥାନା ପଦ୍ମନାଭପୁରରେ ରେଙ୍ଗାଲୀ ଡ୍ୟାମ୍ରେ ଦୁଇଟି ମୃତ ଦେହ ଭାସୁଥିବା ଦେଖିବାକୁ ମିଳିଛି । ଗତକାଲି ୨ ବାଇକ ଅରୋହୀ ରେଙ୍ଗାଲି ଡ୍ୟାମ ବାଟେ ଆସୁଥିବାବେଳେ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ବାଇକ ଆରୋହୀ ଡ୍ୟାମ୍ ଭିତରେ ପଡି ପ୍ରାଣ ହରାଇଛନ୍ତି । ପାଖାପାଖି ୩୦ଫୁଟ ତଳକୁ ମୃତ ଦେହ ଭାସୁଛି । ମୃତକଙ୍କ ପରିଚୟ ଏଯାଏ ମିଳିନାହିଁ ।
ପୋଲିସକୁ ଖବର ଦିଆଯାଇଥିଲେ ମଧ୍ୟ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇନାହିଁ । ଯେଉଁଥି ପାଇଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।
