Odia News Portal

ଅଶ୍ଳୀଳ ଭିଡିଓ ଭାଇରାଲ ନେଲା ଯୁବତୀଙ୍କ ଜୀବନ

ଅନୁଗୋଳ: ଅଶ୍ଳୀଳ ଭିଡିଓ ଭାଇରାଲ ହେବା ପରେ ଲୋକଲଜ୍ଜା ସହି ନପାରି ଜଣେ ଯୁବତୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଦୁଃଖଦ ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ଅଞ୍ଚଳରେ।
ଅଭିଯୋଗ ଅନୁସାରେ, ନନ୍ଦପୁର ପଞ୍ଚାୟତର ଜଣେ ଯୁବତୀ ଗତ କିଛିବର୍ଷ ହେବ ଜଣେ ଅଜଣା ଯୁବକଙ୍କୁ ଫୋନ୍ ମାଧ୍ୟମରେ ଭଲ ପାଉଥିଲେ। ପରେ ଯୁବକଙ୍କ ସହ ତାଙ୍କର ଘନିଷ୍ଠତା ବଢ଼ିଥିଲା। ଏହାପରେ ଯୁବକ ଜଣକ କୌଶଳ କ୍ରମେ ଭିଡିଓ କଲିଙ୍ଗ୍ କରି ଯୁବତୀଙ୍କ ଅଶ୍ଳୀଳ ଭିଡିଓ ରେକର୍ଡିଂ କରିଥିଲେ। ପରେ ସେହି ଅଶ୍ଲୀଳ ଭିଡିଓ ଜରିଆରେ ଯୁବତୀଙ୍କୁ ବ୍ଲାକମେଲିଂ କରି ଆସୁଥିଲେ।

ତେବେ ନିକଟରେ ଯୁବକ ଜଣକ ଯୁବତୀଙ୍କ ଅଶ୍ଲୀଳ ଭିଡିଓ ବନ୍ତଳା ଅଞ୍ଚଳରେ ଭାଇରାଲ କରିଦେଇଥିଲା।
ଏନେଇ ସ୍ଥାନୀୟ ଲୋକେ ଯୁବତୀଙ୍କ ପରିବାରଲୋକଙ୍କୁ ଜଣାଇଥିଲେ। ଏହି ଘଟଣା ଜଣାପଡ଼ିବା ପରେ ଯୁବତୀ ଜଣକ ଘରୁ ଆଉ ବାହାରି ନଥିଲେ। ଗତକାଲି ଅପରାହ୍ନ ୪ଟା ବେଳେ ଯୁବତୀ ଜଣକ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଣାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।
ଯୁବତୀଙ୍କ ପରିବାର ପକ୍ଷରୁ ବନ୍ତଳା ଥାନାରେ ଅଭିଯୋଗ କରାଯାଇଥିଲା। ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।