ଆଇଏଏସ୍ ଅପରାଜିତା ଷଡ଼ଙ୍ଗୀଙ୍କ ଭିଆର୍ଏସ୍ ସୁପାରିଶକୁ ଅନୁମୋଦନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଆବେଦନ ଉପରେ ମୋହର ମାରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାପରେ ଟ୍ଵିଟ୍ କରି ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ଅପରାଜିତା । ସେ ଲେଖିଛନ୍ତି, ଆଗାମୀ ଯାତ୍ରାକୁ ଉତ୍ସାହ ଓ ସକାରାତ୍ମକ ଭାବରେ ନେଇ ଆଗକୁ ବଢ଼ିବାକୁ ଆଶାବାଦୀ ଅଛନ୍ତି । ଏଥିପାଇଁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଓ ସମସ୍ତଙ୍କର ଶୁଭେଚ୍ଛା କାମନା କରିଛନ୍ତି ଅପରାଜିତା ।
ଗତ ସେପ୍ଟେମ୍ବର ମାସରେ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେବାକୁ ଓଡ଼ିଶା ସରକାରଙ୍କ ନିକଟରେ ଆବେଦନ କରିଥିଲେ ୧୯୯୪ ବ୍ୟାଚ୍ର ଆଇଏଏସ୍ ଅପରାଜିତା ଷଡ଼ଙ୍ଗୀ । ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ଅନୁମୋଦନ କରି କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଥିଲେ । ଅପରାଜିତାଙ୍କ ସ୍ୱେଚ୍ଛାକୃତ ଅବସର ଓ ତାଙ୍କ ଟ୍ଵିଟ୍ ପରେ ରାଜନୀତିରେ ଯୋଗ ଦେଉଥିବା ନେଇ ଚର୍ଚ୍ଚା ଜୋର ଧରିଛି । ସେ ବିଜେପିରେ ଯୋଗ ଦେବେ ବୋଲି କୁହାଯାଉଛି ।