Odia News Portal

ଇସ୍ତଫା ଦେଲେ ନିର୍ବାଚନ କମିଶନର

ଭାରତର ନିର୍ବାଚନ କମିଶନ ପଦରୁ ଇସ୍ତଫା ଦେଲେ ଅଶୋକ ଲାଭାସା । ADB (Asian Development Bank )ର ଉପାଧ୍ୟକ୍ଷ ହେବେ ଅଶୋକ ।

ସୂଚନା ମୁତାବକ ମଙ୍ଗଳବାର ଦିନ ନିର୍ବାଚନ କମିଶନର ପଦରୁ ଅଶୋକ ଲାଭାସା ଇସ୍ତଫା ଦେଇଛନ୍ତି । ସେ ନିଜର ଇସ୍ତଫା ପତ୍ର ପ୍ରେସିଡେଣ୍ଟ ରାମନାଥ କୋବିନ୍ଦଙ୍କ ପାଖରେ ଦାଖଲ କରିଛନ୍ତି ଏବଂ ଅଗଷ୍ଟ ୩୧ରେ ତାଙ୍କୁ ଏହି ପଦରୁ ବିଶ୍ରାମ ଦେବାକୁ ଅନୁରୋଧ କରିଛନ୍ତି । ସେ ସେପ୍ଟେମ୍ୱରରେ ADBର ନୂଆ ଭାଇସ୍‌ ପ୍ରେସିଡେଣ୍ଟ ଭାବେ ଯୋଗ ଦେବେ ।