Odia News Portal

ATM ଲୁଟେରାଙ୍କୁ ଧରିଲା ପୋଲିସ

ଅନୁଗୋଳ : ୭ ଜଣ ଅନ୍ତ ରାଜ୍ୟ ATM ଲୁଟେରା ଗ୍ୟାଙ୍ଗକୁ ଧରିଲା ଅନଗୁଳ ପୋଲିସ। ସେମାନଙ୍କୁ ଛତିଶଗଡ଼ରୁ ଗିରଫ କରିଛି ପୋଲିସ। ସେମାନେ ସବୁ ହରିୟାଣାର ଲୋକ। ସେମାନଙ୍କ ଠାରୁ ୧୮ ଲକ୍ଷ ୫୦ ହଜାର ଟଙ୍କା ମଧ୍ୟ ଜବତ ହୋଇଛି।

ସେମାନେ ଅନୁଗୁଳ କରଡାଗାଡ଼ିଆ ATM କୁ ଗ୍ୟାସ କଟରରେ କାଟି ୨୭ ଲକ୍ଷ ୯୦ ହଜାର ଟଙ୍କା ଲୁଟିଥିଲେ । ଗୋଟିଏ ରାତିରେ ଅନୁଗୁଳ ଟାଉନର ୨ଟି ATM ରୁ ଲୁଟିବା ପାଈଁ ଉଦ୍ୟମ କରିଥିଲେ। CCTV ଫୁଟେଜରୁ ଏମାନଙ୍କୁ ଧରିଛି ପୋଲିସ । ତେବେ ୨ ଦିନ ରିମାଣ୍ଡରେ ନେଇ ସେମାନଙ୍କୁ ପଚରା ଉଚରା କରିବ ପୋଲିସ ।