Odia News Portal

ପୁଣି ସମଲିଂଗୀ ବିବାଦ : ନାବାଳିକା ପ୍ରେମିକା ପାଇଁ ଅଡି ବସିଛି ସମଲିଂଗୀ ବାନ୍ଧବୀ

ଭବାନୀପାଟଣା: ପଟ୍ଟାମୁଣ୍ଡାଇରେ ସମଲିଙ୍ଗୀ ବିବାହ ବିବାଦ ସମାଧାନ ହୋଇ ନଥିବାବେଳେ ଏବେ କଳାହାଣ୍ଡି ଜୟପାଟଣାରେ ପୁଣି ସମଲିଙ୍ଗୀ ବିବାହ ମାମଲାକୁ ନେଇ ଥାନାରେ ହାଇଡ୍ରାମା । ନାବାଳିକା ପ୍ରେମିକାକୁ ସାଙ୍ଗରେ ନେବାକୁ ଥାନାରେ ବସି ରହିଛି ସମଲିଙ୍ଗି ପ୍ରେମିକ । ଉଭୟଙ୍କ  ପରିବାର ପୋଲିସ ଆପୋସ ବୁଝାମଣା ପାଇଁ ଚେଷ୍ଟା କରି ଶେଷରେ ବିଫଳ ହୋଇଛନ୍ତି ପୁଣି ସମଲିଙ୍ଗୀ ବିବାଦକୁ ନେଇ ଥାନାରେ ହାଇଡ୍ରାମା  । ନିକଟରେ ପଟମୁଣ୍ଡାଇରେ ସମଲିଙ୍ଗୀ ବିବାହ ବିବାଦ ସମାଧାନ ହୋଇନଥିବା ବେଳେ ଏବେ କଳାହାଣ୍ଡି ଜୟପାଟଣାରୁ ଆସିଛି ସମାନ ଅଭିଯୋଗ । ଦୁଇ ସମଲିଙ୍ଗୀଙ୍କ ମଧ୍ୟରେ ବିବାହ ପ୍ରସଙ୍ଗରେ ଥାନାରେ ହାଇଡ୍ରାମା ଦେଖିବାକୁ ମିଳିଛି ।

ଘରଲୋକ ନାବାଳିକା ଜଣଙ୍କୁ ତାଙ୍କ ପ୍ରେମିକଠାରୁ ଯୋର ଜବରଦସ୍ତ ଅଲଗା କରିଦେଇଥିବା ଥାନାରେ ଅଭିଯୋଗ କରିଛନ୍ତ ଯୁବତୀ ପ୍ରେମିକ । ପରିବାର ସଦସ୍ୟଙ୍କ ଚାପରେ ନବମ ଶ୍ରେଣୀ ଛାତ୍ରୀ ଜଣଙ୍କ ପାଟି ଖୋଲୁନଥିବା  ସେ ଅଭିଯୋଗ କରିଛନ୍ତି  । ଉଭୟ ୩ଦିନ ପୂର୍ବରୁ ଘରୁ ଫେରାର ହୋଇ ଯାଇଥିଲେ ।  ଦଶପଲ୍ଲାରୁ ଉଭୟଙ୍କୁ ଠାବ କରି ନାବାଳିକାକୁ ଫେରାଇ ଆଣିଥିଲେ ପରିବାର ଲୋକେ ।  ଫେରାର ଘଟଣାକୁ ନାବାଳିକା ଜଣକ ସ୍ବୀକାର କରିଛି । କିନ୍ତୁ ବର୍ତ୍ତମାନ ଉକ୍ତ ଯୁବତୀଙ୍କ  ସହିତ ଯିବାକୁ ମନା କରିଛି । ତେବେ  ନାବାଳିକା ଜଣଙ୍କ ପରିବାର ଚାପରେ ବୟାନ ବଦଳାଉଥିବା ତାଙ୍କର ପ୍ରେମିକ ଅଭିଯୋଗ କରିଛନ୍ତି ଉଭୟଙ୍କୁ ଥାନାରେ ଅଟକ ରଖି ପୋଲିସ ପଚରାଉଚରା ଜାରି ରଖିଛି ।