Odia News Portal

ସ୍ଥାୟୀ ବେଞ୍ଚ୍ ଦାବକୁ ନେଇ ୨୪ ଘଣ୍ଟା ବନ୍ଦ ଡାକରା

ସ୍ଥାୟୀ ବେଞ୍ଚ୍ ପୁନଃପ୍ରତିଷ୍ଠା ଦାବିରେ ଜିଲ୍ଲା ଓକିଲ ସଂଘ ଓ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୨୪ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି ଓ ଏଥିଯୋଗୁ ବଲାଙ୍ଗିର ସହର ସମେତ ଜିଲ୍ଲାର ଅନ୍ୟାନ୍ୟ ସ୍ଥାନରେ ଦୋକାନ-ବଜାର ବନ୍ଦ ରହିବା ସହିତ ଗାଡ଼ି ଚଳାଳଚଳ ବି ବନ୍ଦ ରହିଛି। ରେଳ ଚଳାଚଳ ବି ବନ୍ଦ ରହିଛି। ଆନ୍ଦୋଳନକାରୀମାନେ ରେଳଧାରଣାରେ ବସି ରେଳରୋକ କରିଛନ୍ତି।ଏହି ବନ୍ଦ ପାଳନକୁ ବିଜେଡି, ବିଜେପି ଓ କଂଗ୍ରେସ ସମେତ ଜିଲ୍ଲାର ବିଭିନ୍ନ ସଂଗଠନ ସମର୍ଥନ କରୁଛନ୍ତି।ଆଜି ସକାଳ ୬ଟାରୁ କାଲି ସକାଳ ୬ଟା ଯାଏଁ ସଂଗଠନ ମକ୍ଷରୁ ବନ୍ଦ ପାଳନ କରାଯିବ । ୟଶବନ୍ତ କମିଶନଙ୍କ ଗାଇଡ୍ ଲାଇନ୍ ଅନୁଯାୟୀ, ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ପାଇଁ ବଲାଙ୍ଗିର ଉପଯୁକ୍ତ ସ୍ଥାନ ବୋଲି ଜିଲ୍ଲା ଓକିଲ ସଂଘ ପକ୍ଷରୁ କୁହାଯାଇଛି। ଏହି ଆନ୍ଦୋଳନକୁ ତୀବ୍ରତର କରିବା ପାଇଁ ୧୦୦ ଟି ସଂଗଠନକୁ ନେଇ ମିଳିତ କ୍ରିୟାନୁଷ୍ଠାନ କମିଟି ଗଠନ ହୋଇଛି। ଦାବି ପୂରଣ ପାଇଁ ଆଗକୁ କର ବା ମର ଲଢ଼େଇ ହେବ ବୋଲି ଧମକ ଦେଇଛି ମିଳିତ କ୍ରିୟାନୁଷ୍ଠାନ କମିଟି।